March 11, 2026

ଅନ୍ଧ ବିଶ୍ବାସର ଦାରୁଣ ପରିଣତି, ସାପ କାମୁଡାରେ ମୋହନା ବ୍ଲକ ଘୋଡ଼ାପଙ୍କା ଗାଁର ଅଙ୍ଗନୱାଡି କର୍ମୀଙ୍କ ମୁତ୍ୟୁ   

hand
Share

 

 

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ଗ୍ରାମାଞ୍ଚଳ ଅ ଗୁଡିକରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ଆବଶ୍ୟକ ସଚେତନ କରାଯାଉନାହିଁ. ଏଣୁ ଲୋକେ ବର୍ତ୍ତମାନ ସୁଦ୍ଧା ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ବହୁ ଦୁଃଖ ଯନ୍ତ୍ରଣା ଭୋଗ କରୁଥିବା ସହ ଅନେକ ଅନ୍ଧ ବିଶ୍ୱାସ ଦ୍ଵାରା ଗୁରୁତର ହୋଇ ମୃତ୍ୟୁବରଣ କରୁଥିବା ବହୁ ନଜର ରହିଛି. ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ପଞ୍ଚାୟତ ଘୋଡ଼ାପଙ୍କା ଗାଁରେ। ଗାଁର ବିପିନ କୁମାର୍ ପାଟମାଝୀଙ୍କ ସ୍ତ୍ରୀ ସରସ୍ୱତୀ ମଲ୍ଲିକ ଘୋଡ଼ାପଙ୍କା ଗାଁରେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୨ ଦିନ ତଳେ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ରରେ ସରସ୍ଵତୀ ମଲ୍ଲିକଙ୍କୁ ବିଷାକ୍ତ ସାପ କମୁଡିଥିଲା। ସାପ କାମୁଡା ପରେ ପରିବାର ଲୋକେ ମେଡ଼ିକାଲ୍ ନ ନେଇ ପ୍ରଥମେ ରାଣ୍ଡିପଙ୍କା ଗାଁକୁ ଝଡାଫୁଙ୍କା କରିବା ପାଇଁ ନେଇଥିଲେ। ସେଠାରେ ସରସ୍ୱତୀଙ୍କ ଦେହ ଅଧିକା ଗୁରୁତର ହେବାରୁ ପୁଣି ଆଉ ଏକ ଗୁଣି ଗାରେଡ଼ି ଉପଚାର କରୁଥିବା ଲୋକଙ୍କ ପାଖକୁ ସରସ୍ବତୀଙ୍କୁ ନେଉଥିବା ବେଳ ରାସ୍ତାରେ ମୃତ୍ୟୁବରଣ ହୋଇଥିଲା. ସମ୍ପୃକ୍ତ ଘଟଣା ନେଇ ସେହି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚା ଓ ଦୁଃଖଦ ବିଷୟ ପାଲଟିଛି. ଗ୍ରାମାଞ୍ଚଳର ଲୋକେ ସଚେତନତାର ଅଭାବରୁ ଝଡା ଫୁଙ୍କା, ଗୁଣି ଗାରେଡି ଆଦିର ବଶବର୍ତ୍ତୀ ହେଉଥିବା ଯୋଗୁ ଏଭଳି ଅକାଳ ମୃତ୍ୟୁ ଘଟଣା ଗଜପତି ଜିଲ୍ଲାରେ ବଢ଼ି ଚାଲିଛି. ସରକାର ଓ ଜିଲ୍ଲା ପ୍ରଶାସନ ସୁଚିନ୍ତିତ ବିଭିନ୍ନ ସଚେତନ କାଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ଠାରୁ ଅନ୍ଧ ବିଶ୍ୱାସରୁ ଦୁରେଇ ରଖି ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.