November 26, 2024

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଓକିଲ ଆହତ 

Share

ବୁଗୁଡ଼ା : ତା ୨୪/୦୯/୨୪ : ବୁଗୁଡା ଥାନା ଅଞ୍ଚଳ ଅନ୍ତର୍ଗତ ମୋଟାବାଡି ରାସ୍ତାରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଓକିଲ ଆଶିଷ ରାଉତ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳେ ଆଶିଷ ତାଙ୍କ ସ୍ତ୍ରୀଙ୍କୁ ନାଗିରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଛାଡି ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲୁହା ରଡରେ ଆକ୍ରମଣ କରିବା ସହ ମୋବାଇଲ୍, ପର୍ସ ଓ ବାଇକ୍ ଡିକିରେ ଥିବା ଦରକାରୀ କାଗଜପତ୍ର ଲୁଟି ବାଇକରେ ଦ୍ରୁତ ଗତିରେ ଚାଲି ଯାଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗିଥିବା ସହ ଅଣ୍ଟାରେ ପ୍ରବଣ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଆଶିଷଙ୍କ ଓକିଲ ବନ୍ଧୁମାନେ ଏବଂ ପୋଲିସ ମେଡିକାଲରେ ପହଞ୍ଚି ଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ସୁଦ୍ଧା ପୋଲିସ ଏହି ଚର୍ଚ୍ଚିତ ଘଟଣା ଉପରେ ନଜର ରଖିଥିବା ଜଣାଯାଇଛି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.