September 27, 2026

ପି ଏମ ଶ୍ରୀ ଖଇରା ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ମାଷ୍ଟର “ବସନ୍ତ ସେବା ସମ୍ମାନ “ରେ ସମ୍ମାନିତ.

IMG-20260927-WA0009
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲାର ପି ଏମ ଶ୍ରୀ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଏଣ୍ଡ ଗାଇଡ ମାଷ୍ଟର ନରୋତ୍ତମ ପୁଟୀ ଙ୍କୁ “ଦି ଓଡିଶା ଷ୍ଟେଟ ଭାରତ ସ୍କାଉଟ ଏଣ୍ଡ ଗାଇଡ” ଭୁବନେଶ୍ୱର, ତରଫରୁ ଏୱାର୍ଡ ଟଫି ଓ ସାର୍ଟିଫିକେଟ ପ୍ରଦାନ କରି “ବସନ୍ତ ସେବା ସମ୍ମାନ “ରେ ସମ୍ମାନିତ କରା ଯାଇଛି.ସାରା ଓଡିଶା ରେ ତିନୋଟି ସମ୍ମାନ ମିଳିଥିବା ବେଳେ ଆମ ଜିଲ୍ଲାର ଏହି ସମ୍ମାନ ବିଦ୍ୟାଳୟ ର ଗୌରବ ବଢାଇବା ସହିତ ସ୍କାଉଟ ଓ ଗାଇଡ ଟ୍ରୁପ ରେ ଥିବା 66ଜଣ ପିଲା ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ପୁଟୀ ସାର ଙ୍କ କୃତିତ୍ୱ ପାଇଁ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ଏହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଛନ୍ତି.ପୁଟୀ ସାର 2013ମସିହା ରୁ ଦୀର୍ଘ 13ବର୍ଷ ଧରି ଏହି ବିଦ୍ୟାଳୟ ରେ କାର୍ଯ୍ୟରତ. ତାଙ୍କର ଦକ୍ଷତା, ନିଷ୍ଠାପରତା ଓ କର୍ତ୍ତବ୍ୟ ପରାୟଣତା ସହିତ ପିଲାମାନଙ୍କୁ ଭଲ ପାଇବା ସହ ପ୍ରଶିକ୍ଷଣ ଦେବାର ଦକ୍ଷତା ପାଇଁ ତା ସହିତ ସ୍କୁଲ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗ ପାଇଁ ସେ ଏହି କୃତିତ୍ୱ ର ଅଧିକାରୀ ହୋଇପାରିଛନ୍ତି.