September 27, 2026

କାଗଜପତ୍ରରେ ମୃତ,  ରାସନ ନେଉଛନ୍ତି ଜୀବିତ 

IMG-20260927-WA0006
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

କାଗଜପତ୍ରରେ ମୃତ, ରାସନ ନେଉଛନ୍ତି ଜୀବିତ । ଓଡ଼ିଶାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବଡ଼ ଧରଣର ଦୁର୍ନୀତି ସାମନାକୁ ଆସିଛି। ସିଏଜି ରିପୋର୍ଟକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ସରକାରୀ ଯୋଜନାରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଛି। ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଅଧୀନରେ ପ୍ରାୟ ୨ହଜାର ୫୦୦ ନିର୍ମାଣ ଶ୍ରମିକଙ୍କୁ କାଗଜପତ୍ରରେ ମୃତ ଦର୍ଶାଯାଇ ସେମାନଙ୍କ ନୋମିନିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କାଗଜପତ୍ରରେ ମୃତ ଘୋଷିତ ହୋଇସାରିଥିବା ଏହି ଶ୍ରମିକମାନେ ପରବର୍ତ୍ତୀ ସମୟରେ ଆଧାର ଭେରିଫିକେସନ୍ କରି ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ନିୟମିତ ସବସିଡି ପ୍ରାପ୍ତ ରାସନ୍ ସାମଗ୍ରୀ ଉଠାଉଥିଲେ । ସରକାରୀ ଅଡିଟ୍‌ରୁ ଏହି ଜାଲିଆତି ସାମ୍ନାକୁ ଆସିଛି । କଲ୍ୟାଣକାରୀ ଯୋଜନାରୁ ହରିଲୁଟ୍ କରିବା ପାଇଁ ହୋଇଥିବା ଏହି ଦୁର୍ନୀତି ସରକାରୀ ବ୍ୟବସ୍ଥାର ପ୍ରଶାସନିକ ତ୍ରୁଟିକୁ ପଦାରେ ପକାଇଛି ।

ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ସିଏଜି ରିପୋର୍ଟକୁ ଯାଞ୍ଚ କରାଯିବା ପାଇଁ ସେ ର୍ନିଦେଶ ଦେଇଛନ୍ତି । ଏନେଇ ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରାଯିବା ସହ, ଦୁର୍ନୀତି ହେଇଥିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।