September 29, 2024

ବୃଦ୍ଧାଙ୍କ କାନ ଛିଣ୍ଡେଇ ସୁନା କାନଫୁଲ ଲୁଟ ଘଟଣା ,୨ ସନ୍ଦିଗ୍ଧ ଙ୍କୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସୋମବାର ଦିନ ୧୧.୩୦ ମିନିଟ ସମୟରେ ଗୁଣୁପୁର ବ୍ଲକ୍ ଲିମାମେଡା ଗ୍ରାମ ସାନ ନଦୀ ପୋଲ ନିକଟସ୍ଥ କିରୋସିନୀ ଡ଼ିପୋ ନିକଟରେ ଏହି ଗ୍ରାମର ସୁବାସିନୀ ଦାଶ ନାମକ ଜଣେ ବୃଦ୍ଧା ତାଙ୍କ ବାଡ଼ ବୋରୱେଲରେ ଗାଧୋଉଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରି ତାଙ୍କ କାନରୁ ସୁନା କାନ ଫୁଲ ଝାମ୍ପି ନେଇଥିଲେ । ବୃଦ୍ଧା ଙ୍କୁ ତଳେ ପକାଇ ତାଙ୍କୁ ମାଡିବସି ଗାମୁଛା ପାଟିରେ ଚାପି ଦେଇଥିଲା ଦୁର୍ବୃତ୍ତ । ଚିତ୍କାର କରିବାରୁ ଆସିଥିବା କଳା ପୋଲସର ବାଇକ ଉକ୍ତ ସ୍ଥାନରେ ଛାଡି ଚାଲିଯାଇଥିଲ। । ତେବେ ଉକ୍ତ ବୃଦ୍ଧା ଙ୍କ ପୁଅ ସନ୍ତୋଷ କୁମାର ଦାଶ ଉକ୍ତ ବାଇକଟିକୁ ନିଜ ଘରକୁ ଆଣି ରଖି ପୁଲିସ କୁ ଖବର ଦେଇଥିଲେ ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଭୋର ୨.୩୦ ମିନିଟ ସମୟରେ ଉକ୍ତ ବାଇକ କୁ ନେବାପାଇଁ ଦୁଇ ଜଣ ସନ୍ଦିଗ୍ଧ ଯୁବକ ଆସିଥିବା ବେଳେ ଗ୍ରାମବାସୀ କାବୁ କରିଦେଇଥିଲେ । ବୃଦ୍ଧା ଜଣକ ଉକ୍ତ ଯୁବକ କୁ ଚିହ୍ନି ପାରିଥିଲେ । ଗତ କିଛି ଦିନ ଧରି ଉକ୍ତ ଯୁବକ ତାଙ୍କ ଯିବା ଆସିବା ଉପରେ ନଜର ରଖିଥିବା ଓ କେଉଁଠି ବାଡ଼ ଅଛି ବୋଲି ପଚାରିଥିଲା । ରବିବାର ମଧ୍ୟ ପଛରୁ ପଥର ଫୋପାଡ଼ି ଥିବା ବୃଦ୍ଧା କହିଛନ୍ତି । ଗ୍ରାମବାସୀ ପଚରାଉଚରା କରିବାରୁ ଉକ୍ତ ଯୁବକ ଜଣକ ନିଜ ଘର ଆଖୁସିଙ୍ଗ ଓ ନାମ କିରଣ ବିଡିକା@ଜେନା ବୋଲି କହିଛି । ଅନ୍ୟ ଦୁଇ ଜଣ ପଦ୍ମପୁର ହରିଜନ ସାହି ର ଯୁବକ ସାମିଲ ଥିବା କହୁଥିବା ବେଳେ ସେମାନଙ୍କ ପାଖରେ ଉକ୍ତ ସୁନା କାନ ଫୁଲ ଅଛି ବୋଲି କହୁଛି । ଅନ୍ୟ ଜଣେ ଯୁବକ ଗୁଣୁପୁର ମେହେନ୍ତର ବସ୍ତି ର ହୋଇଥିବା ବେଳେ କିରଣ ଡାକିବା ରୁ ବାଇକ ନେବାକୁ ସାଙ୍ଗରେ ଆସିଥିବା କହିଛି । ତେବେ ଉକ୍ତ ଯୁବକ ଜଣକର କଥାବାର୍ତ୍ତା ମଧ୍ୟ ସନ୍ଦେହଜନକ ରହିଛି । ଏଥିରେ ଅନେକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି । କାରଣ ଉକ୍ତ ଯୁବକ ବାରମ୍ବାର ନିଜର ପରିଚୟ ଓ ଠିକଣା ବଦଳେଇ କହୁଥିବା ଗ୍ରାମବାସୀ କହିଛନ୍ତି । ପରେ ଆଜି ସକାଳେ ଗ୍ରାମବାସୀ ମାନେ ପୋଲିସ ପିସିଆର ଓ ଥାନାକୁ ଖବର ଦେବାରୁ ଦୁଇ ସନ୍ଦିଗ୍ଧ ଓ ତାଙ୍କର ଦୁଇଟି ବାଇକ କୁ ପୁଲିସ ର ଜିମା ଦିଆଯାଇଥିଲା । ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।