April 29, 2026

ଉମରକୋଟ ରେ ତେନ୍ତୁଳିଖୁଣ୍ଟି ଦୁଷ୍କର୍ମ ଘଟଣା ରେ ବିଜେଡି ର କେଣ୍ଡେଲ ଜାଳି ନୀରବ ପ୍ରତିବାଦ………..

IMG-20240923-WA0038
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ର କଣ୍ଟାଗାଁ ଠାରେ ଘଟିଥିବା ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ମୃତ ନାବାଳିକା ପରିବାର କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଆଜି ଉମରକୋଟ ବିଜେଡି ପକ୍ଷରୁ ସହରର ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଜାଳି ନୀରବ ପ୍ରତିବାଦ କରାଯାଇଥିଲା ।ଦୀର୍ଘ ପାଞ୍ଚ ଦିନ ପରେ ମଧ୍ୟ ଘଟଣା ଅଭିଯୁକ୍ତ କୁ ଗରିଫ କରିବାରେ ପୋଲିସର ବିଫଳତା କୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି, ବର୍ତ୍ତମାନ ସରକାର ରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ମହିଳା ସୁରକ୍ଷିତ ନୁହଁନ୍ତି ତେଣୁ ଗୃହ ବିଭାଗ ଦାଇତ୍ୱ ରେ ଥିବା ମୁଖ୍ୟମନ୍ତୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, କାଉନସିଲର ତପନ ଦେବନାଥ, ମନୋଜ ନାୟକ, ସରୋଜିନୀ ଶବର, ନିଲମ ହରିଜନ, ଗୋପାଳ ପଟନାୟକ, ଚନ୍ଦା ଚରଣ ଜେନା, ନଗର ସଭାପତି କୈଳାଶ ନାୟକ, ବ୍ଲକ ବିଜେଡ଼ି ସଭାପତି ମନୋଜ କୁମାର ଧଳ, ପ୍ରଫୁଲ୍ଲ ପଣ୍ଡା, ଗିରିଜା ଶଙ୍କର ପତି,ସନ୍ତୋଷ ପରିଛା,ସଂଯୁକ୍ତା ପଟନାୟକ, ଛନ୍ଦା ରାଣୀ ରାଜୁ, ଶୀତାରାଣୀ ପରିଛା ପ୍ରମୁଖ କର୍ମକର୍ତା ଯୋଗ ଦେଇଥିଲେ।

You may have missed