ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଧାରଣା
ବୁଗୁଡ଼ା : ତା ୧୫/୦୩/୨୩ : ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଆଶାକର୍ମୀ ସଂଘ ବୁଗୁଡ଼ା ଶାଖା ପକ୍ଷରୁ ବ୍ଲକ୍ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ନେତୃତ୍ତ୍ଵରେ ଆଶାକର୍ମୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ବୁଗୁଡ଼ା ଅଞ୍ଚଳର ଆଶାକର୍ମୀଗଣ ମାସିକ ଭତ୍ତା ଧାର୍ଯ୍ୟ କରିବା , ସମସ୍ତ ପ୍ରୋତ୍ସାହନ ରାଶି ବୃଦ୍ଧି , ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ପ୍ରକାରେ ଆଶାକର୍ମୀଙ୍କୁ ଓ୍ବାର୍କର ମାନ୍ଯତା ପ୍ରଦାନ , ସର୍ବନିମ୍ନ ମାସିକ ଭତ୍ତା ୨୬ ହଜାର ଟଙ୍କା ପ୍ରଦାନ , ବହିଷ୍କାର ସମୟ ସୀମା ଓ ସହାୟତା ରାଶି ବୃଦ୍ଧି ସାଙ୍ଗକୁ ୩ ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ , ଜନନୀ ସୁରକ୍ଷା ଅନୁଦାନର ବୃଦ୍ଧି , ବୀମାଭୁକ୍ତ ସହ ସାମାଜିକ ସୁରକ୍ଷା ପ୍ରଦାନ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ସାମିଲ କରିବା , ବାର୍ଷିକ କଣ୍ଟିଜେନ୍ସି ବାବଦକୁ ୧୦ ହଜାର ଟଙ୍କା ଏବଂ ୨ ବର୍ଷରେ ଥରେ ସାଇକେଲ ପ୍ରଦାନ , ପ୍ରତ୍ଯେକ ଏନସିଡି ଫର୍ମରେ ୧୦୦ ଟଙ୍କା ପ୍ରଦାନ , ସ୍ମାର୍ଟ ଫୋନ୍ ପ୍ରଦାନ ଆଦି ଦାବି ନେଇ ଧାରଣାରେ ବସିଥିଲେ ।