September 23, 2024

ଲାଲସିଂ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ 

Share

 

ଭଂଜନଗର, ୨୧ ସେପ୍ଟେମ୍ବର : ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟର ରାଜକୁଣ୍ଡୁ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସର ତୃତୀୟ ଶନିବାର ଦିନ ଏହି ବୈଠକ ଅନୁଷ୍ଠିତ ହୋଇଥାଏ। ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜକୁଣ୍ଡୁ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ରଶ୍ମିତା କୁମାରୀ ପାଣିଗ୍ରାହୀ ଓ ସହକାରୀ ଶିକ୍ଷକ ଶ୍ରୀ ସୁନୀଲ କୁମାର ବେହେରା ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀ ମତି କନକ ପ୍ରଭା ରଥ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ମନ୍ତ୍ର ପାଠ କରିବା ପରେ ଆନୁଷ୍ଠାନିକ ଭାବେ ବୈଠକ ଅନୁଷ୍ଠିତ ହୋଇଥିଲା। ଲାଲସିଂ କ୍ଲଷ୍ଟର ର ୧୨ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ମାନଙ୍କୁ ନେଇ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବ ବୈଠକର ବିଷୟବସ୍ତୁ ଆଲୋଚନାର ପୁନରାବୃତି ହୋଇଥିଲା। ଆଜିର ବୈଠକ ରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଫ୍ ଏଲ୍ ଏନ୍ କାର୍ଯ୍ୟକ୍ରମ, ଜାତୀୟ ସର୍ବେକ୍ଷଣ ପରୀକ୍ଷା, ରାଜ୍ୟ ସର୍ବେକ୍ଷଣ ପରୀକ୍ଷା, ଏସେସମେଣ୍ଟ୍ ଟ୍ରାକରର ବ୍ୟବହାର, କାର୍ଯ୍ୟ ପୁସ୍ତିକା ସଂଶୋଧନ, ଲେସନ ନୋଟ୍ ପ୍ରସ୍ତୁତି ଓ ବ୍ୟବହାର ଇତ୍ୟାଦି ବିଷୟ ରେ ଆଲୋଚନା ହୋଇଥିଲା। ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ବିଷୟ ଭିତ୍ତିକ ମତ ଉପସ୍ଥାପନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ର ଶ୍ରେଣୀ ଗୃହ ଉତ୍ତମ ସାଜସଜ୍ଜା ଓ ପରିବେଶ ଉପରେ ନିଜ ନିଜର ସନ୍ତୋଷ ପ୍ରକାଶ କରିଥିଲେ।