September 23, 2024

ନିରାପଦ ସ୍ଥାନାନ୍ତରଣ ଓ ଚାଲାଣର ପ୍ରତିକାର ପାଇଁ ସଚେତନତା ଅଭିଯାନ l 

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ମହୁଲପାଲି ଠାରେ ଜିଲ୍ଲା ସ୍ତରୀୟ ନିରାପଦ ସ୍ଥାନାନ୍ତରଣ ଓ ଚାଲାଣର ପ୍ରତିକାର ପାଇଁ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହୁଳପାଲି ସରପଞ୍ଚ ଙ୍କ ଶ୍ରୀମତୀ ପଙ୍କଜିନୀ ବେହେରା, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଙ୍କ ସହଯୋଗ ରେ ସଚେତନତା ଅଭିଯାନ ସଫଳ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସଚେତନା ରଥ ର ଶୁଭାରମ୍ଭ କରାଯାଇଥିଲା ଓ ଅତିଥି ମାନେ ସ୍ଥାନାନ୍ତରଣ ଏବଂ ଶିଶୁ ଚାଲାଣ ରୋକିବା ବିଷୟରେ ଆଲୋକପାଥ ତଥା ସଚେତନତା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁ ଏକାସ, ପଦ୍ମପୁର ବିଡିଓ ଶ୍ରୀ ଚନ୍ଦ୍ରମଣି ନାଗ, ABEO ରାଧାକାନ୍ତ ଛତ୍ରୀ, ସ୍ନେହା ସିଂ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ, ପଈଓ, ସି.ଆର.ପି, ଆଶା କର୍ମୀ, ଅଙ୍ଗନୱାଡି ଦିଦି ଓ ବିଭିନ୍ନ ସ୍କୁଲ ର ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ lଏକ ଟଙ୍କିଆ ସ୍କୁଲ ର ଛାତ୍ରୀ ମାନେ ଡ୍ୟାନ୍ସ ପରିବେଷଣ କରିଥିଲେ lଶେଷରେ ପଦ୍ମପୁର CDPO ଗୋଲୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l