April 26, 2026

ପିପୁଲସ କଲେଜ ଏନସିସି ଛାତ୍ର ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ, ଓଡିଶା ପାଇଁ ଆଣିଲେ ଗୌରବ ।

IMG-20240921-WA0018
Share

 

ବୁଗୁଡା , ୨୧/୯/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଏନସିସି କ୍ୟାଡଟ ସୁମନ ପ୍ରଧାନ ସର୍ବଭାରତୀୟ ସ୍ତରରେ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଅର୍ଜ୍ଜନ କରି କଲେଜ ସମେତ ଓଡିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି। ଜାତୀୟ ସ୍ତରରେ ଅନୁଷ୍ଠିତ ଏନସିସି କ୍ୟାଡଟ ମାନଙ୍କ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫୧ ଜଣ ଏନସିସି କ୍ୟାଡଟ ଯୋଗଦେଇଥିଲେ। ବନ୍ଧୁକ ଚାଳନା ପ୍ରତିଯୋଗିତାରେ ସୁମନ ପ୍ରଧାନ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ପିପୁଲସ କଲେଜର ସୁନା ଛାତ୍ର ସୁମନ ହେଉଛନ୍ତି ବୁଗୁଡା ସହରର ଗୀତାଞ୍ଜଳୀ ପ୍ରଧାନ ଓ ଭୀମ ପ୍ରଧାନଙ୍କ ସୁପୁତ୍ର। ବୁଗୁଡା ପିପୁଲସ କଲେଜର ଦକ୍ଷ ଏନସିସି ଅଫିସର ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ଉପଯୁକ୍ତ ଶିକ୍ଷା ଓ ସୁମନଙ୍କ ଆନ୍ତରିକ ଅଭ୍ୟାସ ଯୋଗୁଁ ପିପୁଲସ କଲେଜ ସର୍ବଭାରତୀୟ ସ୍ତରରେ ପରିଚିତ ହୋଇପାରିଲା। ସେପ୍ଟେମ୍ବର ୧୯ ତାରିଖ ଦିନ ପିପୁଲସ୍ କଲେଜ ପକ୍ଷରୁ ସ୍ୱର୍ଣ୍ଣ ପଦକ ପାଇଥିବା କ୍ୟାଡଟ ସୁମନ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଏନସିସି ଅଫିସର ଅଧ୍ୟାପକ ଲେଫନାଣ୍ଟ ଶ୍ରୀ ସାହୁଙ୍କ ଉପସ୍ଥିତରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଏନସିସି କ୍ୟାଡଟ ଜିତେନ୍ଦ୍ର ଗୌଡ଼ ଓଡିଶା ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ରଖିଥିଲେ । ଏହି ଅବସରରେ ଜିତେନ୍ଦ୍ର ଗୌଡ଼ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।