November 26, 2024

ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୬୮ ୟୁନିଟ୍ ରକ୍ତ ସଂଗ୍ରହ 

Share

ବୁଗୁଡ଼ା : ତା ୨୧/୦୯/୨୪ : ସ୍ଥାନୀୟ ପିପୁଲ୍ସ ଡିଗ୍ରୀ କଲେଜରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ କଲେଜ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ କଲେଜ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଓ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କଲେଜ ସମ୍ମିଳନୀ କକ୍ଷରେ ୟୁଥ୍ ରେଡ୍ କ୍ରସ୍ ଏବଂ ଜାତୀୟ ସେବା ଯୋଜନା ୟୁନିଟ୍-୧ ଓ ୨ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କ ଟିମ୍ ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କଠାରୁ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ଓ୍ବାଇଆରସି କାଉନସିଲର ଅଧ୍ଯାପକ ପବିତ୍ର ଖଣ୍ଡୁଆଳ ଓ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବର୍ଗେ ଏବଂ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ଯାପକ ରବିନ୍ଦ୍ର ନାଥ ପୋଲେଇ ଓ ଅଧ୍ୟାପିକା ସସ୍ମିତା ସାମନ୍ତରା ପରିଚାଳନା କରିଥିବା ବେଳେ ଏଥିରେ ମୋହିତ କୁମାର ସାହୁ, ରେଶମା ସେଠୀ, ଶୁଭଶ୍ରୀ ନାୟକ, ତୃପ୍ତି ଆଲଟିଆ ଓ ଇପ୍ସିତା ପ୍ରଧାନଙ୍କ ସମେତ ଅନ୍ୟ ସ୍ବେଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ , ଉକ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଉପଲକ୍ଷେ ଏନଏସଏସ ଓ ଓ୍ବାଇଆରସି ଛାତ୍ରଛାତ୍ରୀଙ୍କ ଦ୍ଵାରା ବୁଗୁଡାରେ ଏକ ସଚେତନତା ଶୋଭାଯାତ୍ରା ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା ।

You may have missed