September 21, 2024

କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଗୀତାଞ୍ଜଳି..

Share

 

 

ଖଇରା,( ଦେବାଶିଷ ଦାଶ୍ )

 

 

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ବାରା ପ୍ରତି ରବିବାର ଗଦ୍ୟ ଓ ପଦ୍ଯକୁ ନେଇ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଏବଂ ସାହିତ୍ୟକୁ ଭଲ ପାଉଥିବା ସାହିତ୍ୟ ବନ୍ଧୁମାନେ ସୂଚନା ମୁତାବକ ଗଦ୍ୟ ଓ ପଦ୍ଯ ଲେଖି ସଠିକ୍ ସମୟରେ ପଠାଇବାକୁ ଭୁଲି ନଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୦୮/୯/୨୪ ରିଖ ରବିବାର କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” କେତେ ଆଉ ଧୈର୍ଯ୍ୟ ଧରିବି କାଳିଆ ” । ଯେଉଁଥିରେ (୧) ଗୀତାଞ୍ଜଳି ପୃଷ୍ଟି, ଗତିରାଉତ ପାଟଣା, କଟକ (୨) ପ୍ରେମସିଲା ରାଉତ, କଳାହାଣ୍ଡି (୩) କୃଷ୍ଣପ୍ରିୟା ବେହେରା(ଅଧ୍ଯାପିକା), କଟକ (୪) ଅଲିଶା ବି ମହାରଣା, ଅନନ୍ତପୁର, ମାର୍କୋଣା, ବାଲେଶ୍ଵର (୫) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୬) ଶାରଙ୍ଗଧର ସାହୁ, ବାର୍ଷିଙ୍ଗା, ହିନ୍ଦୋଳ, ଢେଙ୍କାନାଳ (୭) ମଞ୍ଜୁଳା ହୋତା, ଇନ୍ଦିପୁର, ଢେଙ୍କାନାଳ (୮) ଡ଼. ଚପଳା ପଣ୍ଡା, ଶିକ୍ଷୟିତ୍ରୀ, ଖୋର୍ଦ୍ଧା (୯) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୧୦) ଜଗଦୀଶ ଶତପଥୀ, ଧର୍ମଶାଳା, ଯାଜପୁର (୧୧) ଗୀତା ମଞ୍ଜୁରୀ ଦାସ, ମୁଣ୍ଡିମରା, ଭଦ୍ରକ (୧୨) କମଳିନୀ ସେନାପତି, କବିକୁଟୀର, ଜଳେଶ୍ବର, ବାଲେଶ୍ଵର (୧୩) ସ୍ମିତାଲି ବେହେରା, ଝାଡ଼ବନ୍ଧ, ଢେଙ୍କାନାଳ (୧୪) ଅଭିପ୍ସା ପ୍ରିୟଦର୍ଶିନୀ, ଜଟଣୀ, ପୁରୀ (୧୫) ଜ୍ଯୋତିର୍ମୟୀ ଦାଶ, ଗୁଣୁପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା (୧୬) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୭) ଗୀତାଞ୍ଜଳି ପାଣି, ଭୁବନେଶ୍ୱର, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ପାରାଦୀପ, ଜଗତସିଂହପୁର ଅଞ୍ଚଳର ସୁସାହିତ୍ଯିକା ରଶ୍ମିରେଖା ବେହେରା ସମୀକ୍ଷା କରିଥିଲେ । ତାଙ୍କ ସମୀକ୍ଷାରୁ ଗୀତାଞ୍ଜଳି ପୃଷ୍ଟି ପ୍ରଥମ ସ୍ଥାନ, ପ୍ରେମସିଲା ରାଉତ ଦ୍ବିତୀୟ ସ୍ଥାନ ଓ ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ, କଟକର ଅର୍ଥନୀତି ବିଭାଗ ଅଧ୍ଯାପିକା କୃଷ୍ଣପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ସୃଷ୍ଟିର ଗୌରବ ବୃଦ୍ଧି କରିଛନ୍ତି । ଅନ୍ୟମାନଙ୍କ ସୃଷ୍ଟି ମଧ୍ୟ ଭଲ ଥିଲା । ଏଥିସହିତ ସମସ୍ତ ୧୭ ଜଣ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଧନ୍ୟବାଦ ଦେବା ସହିତ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।