September 21, 2024

ଓଲ୍ଲଭଦ୍ରାଠାରେ ଶ୍ରେଣୀ ଗୃହ ଉଦଘାଟିତ 

Share

 

 

 

କାଶୀନଗର (ରାଧାନାଥ ଚୌଧୁରୀ )

ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ର ଅଗ୍ରଣୀ ଶିକ୍ଷାଅନୁଷ୍ଟାନ ଉଲ୍ଲାଭଦ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ କୋଠା ଉଦଘାଟନ ସହ ନୁତନ ଶ୍ରେଣୀ ଗୃହ ସକାଶେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହି ଯୋଗଦେଇଥିଲେ। କୋଠା ଓ ଶିଳାନ୍ୟାସ ଉଦଘାଟନ କରିବା ସହ ଅନୁଷ୍ଟାନ ସୈାନ୍ଦର୍ଯ୍ୟ କରଣ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କୁ ନେଇ ବେଶ୍ ପ୍ରସଂଶା କରିଥିଲେ। ଅନୁଷ୍ଟାନର ସମସ୍ତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଇ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭାବେ ଗଢି ତୋଳିବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି ତିରୁପତୀ ରାଓ , କାଶୀନଗର ବ୍ଲକ୍ ଅଧକ୍ଷା ବାଲା ସାୟାମ୍ମା ଓ ଉପାଧକ୍ଷ ଏସ୍ କଲ୍ୟାଣୀ ଯୋଗଦେଇ ଅନୁସୁଚି ଜାତି ଓ ଜନଜାତି ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାକ୍ଷେତ୍ରରେ ଏହି ଅନୁଷ୍ଟାନ ଭୁମିକା ଅତି ଗୁରୁତ୍ବ ପୁର୍ଣ୍ଣ। ଜିଲ୍ଲା ର ସୀମାନ୍ତ ଅଞ୍ଚଳ ରେ ରହି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ମଣିଷ ଗଢା କାରଖାନା ଭାବେ ଏହି ଅନୁଷ୍ଟାନ ସୁନାମ ଆଣିପାରିଛି। ଏହି ଅନୁଷ୍ଟାନ ଆମ ଜିଲ୍ଲା ପାଇଁ ଏକ ଗର୍ବ ଓ ଗୈାରବ ର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ନିମନ୍ତ୍ରୀତ ଅତିଥି ଭାବେ ସରପଞ୍ଚ ଗୋପାଳ ଗମାଙ୍ଗ, ସମିତି ସଭ୍ୟା ପ୍ରା

ପାର୍ବତୀ ଗମାଙ୍ଗ ,ଜଗନ୍ନାଥ ଦୋରା , ଆର୍ ମଧୁ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ପି ନାଗଭୂଷଣ ରାଓ ସଂଯୋଜନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ବୁଦ୍ଧଦେବ ଭୁୟାଁ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟ କମିଟି ସଭାପତି ଏମ୍ ରାମାରାଓ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଅମୁଲ୍ୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଟାନର ଶିକ୍ଷକ , ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।