April 27, 2026

ଡ୍ରନ କ୍ୟାମେରା ମାଧ୍ୟମରେ ବାଲି ଘାଟ ସ୍ଥାନ ଯାଞ୍ଚ 

IMG-20240920-WA0023
Share

 

କାଶୀନଗର , ବାରମ୍ବାର କାଶୀନଗର ବଂଶଧାରା ନଦୀ ଆର ପଟ ବେଆଇନ ଭାବେ ଆନ୍ଧ୍ର ପ୍ରଦେଶ ବାଲି ଉଠାଣ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଅପରାହ୍ନରେ ଗଜପତି ଜିଲ୍ଲା ଖଣି ଅଧିକାରୀ ଦିପେନ କୁମାର ପରିଡା କାଶୀନଗର ଗସ୍ତ କରି ବଂଶଧାରା ନଦୀ ତଟରୁ ଡ୍ରନ କ୍ୟାମେରା ମାଧ୍ୟମରେ ଏକ ସର୍ଭେ କରି ନିରୀକ୍ଷଣ କରିଥିଲେ. ଏହି ନିରୀକ୍ଷଣ ରିପୋର୍ଟ ସବୁ କାଶୀନଗର ରାଜସ୍ୱ ବିଭାଗ ଯାଞ୍ଚ ପାଇଁ ହସ୍ତାନ୍ତର କରି ଯାଞ୍ଚ ରିପୋର୍ଟ ଆସିବା ପରେ ପ୍ରକୃତ ଭବେ ଜଣାପଡିବ ଯେ ବଂଶଧାରା ନଦୀ ଆରପଟରୁ ଯେଉଁ ସ୍ଥାନରୁ ବାଲି ଉଠାଣ ହେଉଛି ସେହି ସ୍ଥାନ ଓଡିଶା ସରକାରଙ୍କ ଅଧୀନରେ ନା ଆନ୍ଧ୍ର ସରକାରଙ୍କ ଅଧୀନରେ ଆସୁଛି ନିରୂପଣ ହୋଇଯିବ ବୋଲି ଖଣି ବିଭାଗ ର ଅଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି. ଏହି ଡ୍ରନ ସର୍ଭେ ସମୟରେ ରେ ଗଜପତି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ତହସିଲଦାର ଡ଼ମ୍ବୁରୁ ଧର ମଲ୍ଲିକ ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ, ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ ଓ ସୁପେରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ. କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ