ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ରାୟଗଡା ଗସ୍ତ ସମୟ ରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା
ରାୟଗଡା : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ସ୍ୱାଧୀନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଓଡିଶା ସରକାର ଙ୍କ ଏକ ଦିନିକିଆ ରାୟଗଡା ଗସ୍ତ ସମୟରେ ଆସି ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ପହଂଚିବା ପରେ ବିଜେପି ଉପସଭାପତି ପଦ୍ମନାଭ ଦାସ ( ଟୁଟୁ ଭାଇ ),ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ, ରାୟଗଡା ପୌରପରିଷଦ ର କାଉନସିଳେର ମଞ୍ଜୁଳା ମିନିୟାକା ଓ ଵାଣିଶ୍ରୀ ଙ୍କ ସମତେ ଶତାଧିକ ବିଜେପି କର୍ମୀ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l କୋଣ୍ଡା ବନୁ ମନ୍ତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ସହିତ ସାଲ ଦେଇ ସମ୍ବର୍ଦ୍ଧନା କରିଥିଲେ l ସ୍ଥାନିୟ ପ୍ରଦକ୍ଷଣ ଗୃହ ରେ ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ କୋଣ୍ଡା ବାବୁ ଓ ବିଜେପି ର କର୍ମକର୍ତା ଙ୍କୁ ଡବଲ ଇଞ୍ଜିନି ସରକାର ଙ୍କ 100 ଦିନ ର ପୂର୍ତ୍ତି ର କାର୍ଯ୍ୟକ୍ରମ ଜନସାଧାରଣ ଙ୍କ ଠାରେ ପହଂଚାଇବା ସହିତ ବର୍ତ୍ତମାନ ବିଜେପି ର ନୂତନ ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି ସେଥିପାଇଁ ଗୁରୁତ୍ୱ ଦେଇ କିପରି ବିଜେପି ରେ ସଭ୍ୟ ସାମିଲ ହେବେ ସେଥିପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ବିଜେପି କିପରି ରାୟଗଡା ଜ଼ିଲ୍ଲା ରେ ଶକ୍ତି ସାଳି ହେବ ସେଥିପାଇଁ କୋଣ୍ଡା ବାବୁ ମନ୍ତ୍ରୀ ଖୁଣ୍ଟିଆ ଙ୍କ ସହିତ ଆଲୋଚନା କରିଥିଲେ l ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା ଯାହାକି ଶୁଭଦ୍ରା ଯୋଜନା ଓ ଚଷି ଙ୍କ ପାଇଁ ସର୍ବନିମ୍ନ 3100 ଟଙ୍କା ଦେବା ନିମନ୍ତେ ଯେଉଁ ନିର୍ବାଚନ ସମୟରେ କହିଥିଲି ତାହା ପୂରଣ କରିଛନ୍ତି ଓ ଆଗକୁ ମଧ୍ୟ୍ୟ ଏହି ବିଜେପି ସରକାର ଯାହାକି ଲୋକଙ୍କ ସରକାର ତାହା ନିଶ୍ଚୟ ପୂରଣ କରିବ ତାହା ଜନସାଧାରଣ ଙ୍କ ଠାରେ ପହଂଚଇବା ପାଇଁ ବିଜେପି କର୍ମୀ ଓ କୋଣ୍ଡା ବାବୁ ଙ୍କୁ କହିଥିଲେ l ଆଗାମୀ 2029 ରେ ରାୟଗଡା ଜ଼ିଲ୍ଲା ର ତିନୋଟି ବିଧାନ ସଭା ରେ ନିଶ୍ଚିତ ଭାବେ ବିଜେପି ବିଜୟ ହାସଲ କରିବ ଏହା ସୁନିଶ୍ଚିତ ଓ ଏହା ପୂର୍ବରୁ 2027 ପୌର ପରିଷଦ ଓ ପଂଚାୟତ ସ୍ଥରୀୟ ନିର୍ବାଚନ ରେ ବିଜେପି ର ପ୍ରାର୍ଥୀ ଙ୍କ ବିଜୟ ନିଶ୍ଚିତ ବୋଲି କୋଣ୍ଡା ବାବୁ ମନ୍ତ୍ରିଙ୍କୁ ଦୃଢ଼ ପ୍ରତିଶୃତି ଦେଇଥିବାର ଜଣାପଡିଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ