April 27, 2026

ନାବାର୍ଡ ଓ ସାର୍କ ପକ୍ଷରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହ ତାଲିମ ଶିବିର

IMG-20240919-WA0018
Share

 

ସମ୍ବଲପୁର,(କୁଚିଣ୍ଡା )ତା.୧୯।୦୯: ନାବାର୍ଡର ଆର୍ଥିକ ସହଯୋଗ ଓ ସାର୍କ ପକ୍ଷରୁ ସମନ୍ୱୀତ ୱାଡି ପ୍ରକଳ୍ପ କୁଚିଣ୍ଡା ଦ୍ୱାରା ଆଜି କୁଚିଣ୍ଡା ବ୍ଲକର ତେଲି ତିଳେଇମାଲ ପଞ୍ଚୟାତର ଅର୍ଜୁନଡ଼ିହି ଓ ଫଟାଟାଙ୍ଗର ଓ ବକ୍ସମା ପଞ୍ଚାୟତର ଠାକୁରନିକ୍ତିମାଲ ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

 

ଆୟୋଜିତ ୩ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ଦେଢ଼ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଓ ତାଲିମ ପ୍ରଶିକ୍ଷିକ ଚକ୍ରଧର ନନ୍ଦ ଶିବିରରେ ତାଲିମ ପ୍ରଦାନ କରି ସୁସ୍ଥ୍ୟ ଜୀବନ ଶୈଳୀ, ମା ଓ ଶିଶୁଙ୍କ ଯତ୍ନ ଉପରେ ବୁଝାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଡା.ଷଡଙ୍ଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଶୁକ୍ଲ ଔଷଧ ବଣ୍ଟନ କରିଥିଲେ। ମଧୁମେହ, ରକ୍ତଚାପ ପ୍ରଭୃତି ରୋଗୀଙ୍କୁ ନିୟମିତ ପରୀକ୍ଷା କରି ଔଷଧ ସେବନ କରିବା ସହିତ ନିକଟସ୍ଥ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଥିଲେ।ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ମାନସ ମହାନ୍ତି ,ପ୍ରକଳ୍ପ ସଂଯୋଜକ ଭରତ ପ୍ରଧାନ , ସଂଜୀବ ସାହୁ,ସୁରେନ୍ଦ୍ର ଭୋଇ,ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।