April 18, 2025

ବିଜେଡି ରାଜ୍ୟ ସଂଗଠକ ସମ୍ପାଦକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଜିଲ୍ଲା ସଭାପତି

Share

 

–ଗଜପତି ଜିଲ୍ଲା ରେ ନୂତନ ନିଯୁକ୍ତି ପାଇଥିବା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଭୁବନେଶ୍ୱର ଠାରେ ଦଳୀୟ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ନିଜ ବାସଭବନ ଠାରେ ସାକ୍ଷାତ କରିଛନ୍ତି।ସାକ୍ଷାତ ସମୟରେ ଜିଲ୍ଲାର ସାଙ୍ଗଠନିକ ସମ୍ପର୍କରେ ଉଭୟ ନେତାଙ୍କ ସହ ଆଲୋଚନା କରିବା ସହ ସମସ୍ତ ବ୍ଲକରେ ରାସ୍ତା, ପାନୀୟ ଜଳ ସହ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି।ଚଳିତ ବର୍ଷ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଯଥାଶୀଘ୍ର ଆରମ୍ଭ କରିବା ନିମନ୍ତେ ଉଭୟ ନେତାଙ୍କୁ ଅନୁରୋଧ କରିଛନ୍ତି।

You may have missed