June 26, 2026

ବିକାଶ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ …

IMG-20240914-WA0052
Share

ରାୟଗଡା:ବିକାଶ ମେଳା ଆୟୋଜନ ନିମନ୍ତେ

ଆଜି ଅପରାହ୍ନରେ ଆୱାସି ମାଧ୍ୟମରେ ରାଜ୍ୟ ସରକାରଙ୍କ ପ୍ରଚlଳନ କମିଟିର ବୈଠକ ଶ୍ରୀ ସତ୍ୟବ୍ରତ ସାହୁ,ଅତିରକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବିସ୍ତୃତ ଭାବରେ ବିକାଶ ମେଳା ଆୟୋଜନ ବିଷୟରେ ନିର୍ଦେଶାବଳି ଅନୁଯାୟୀ ଆୟୋଜନ କରିବାକୁ କହିଥିଲେ l

ଏହା ପୂର୍ବରୁ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ମୁଖ୍ୟ ଉଦେଶ୍ୟ ହେଉଛି ନୂତନ ସରକାରଙ୍କ ତରଫରୁ ଯେଉଁ ବିକାଶୋନ୍ମୁଖୀ ଯୋଜନା ଗୁଡିକ ପ୍ରଣୟନ କରାଯାଇଛି ଏହି ଯୋଜନା ଗୁଡିକର ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସଂକ୍ରାନ୍ତରେ ଶିକ୍ଷା ଓ ସଂଚାର ଭିତ୍ତିକ ସଚେତନତା ସୃଷ୍ଟି ପାଇଁ ଏବଂ ରାଜ୍ୟ ସରକାରଙ୍କୁ ଲୋକଙ୍କର ନିକଟତର କରିବା ଉଦେଶ୍ୟରେ ଅସନ୍ତା ୨୦. ୦୯.୨୦୨୪ ରୁ ୨୨. ୦୯. ୨୦୨୪ରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସାମନ୍ୱୟରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଧାରିତ ନିର୍ଦ୍ଧିଷ୍ଟ ତାରିଖରେ ଆରମ୍ଭ ହେବ l ଏଥିରେ ବିଶେଷକରୀ ଅନୁସୂଚିତ ଜନଜାତି, ଜାତୀୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ମିଶନ ଶକ୍ତି ବିଭାଗ, ପୂର୍ତ୍ତ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମନ୍ୱିତ ସହଯୋଗରେ ସମାହିତ ହେବ l ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସମାବେଶ, ଉନ୍ନୟନ ପ୍ରଦର୍ଶନୀ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ମନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ସହାୟତା ବଣ୍ଟନ କରାଯିବ l ଏହାପରେ ସ୍ଥାନୀୟ ଲୋକ କଳାକାରଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ସିଡିଓ ତଥା ଈଓ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସାହାଟେ, ଉପଜିଲ୍ଲାପାଳ ରlୟଗଡ଼ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ଯୋଗ ଦେଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed