April 28, 2026

ରାୟଗଡ଼ା ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ହିନ୍ଦୀ ଦିବସ ପାଳିତ।

IMG-20240914-WA0049
Share

 

 

ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପକ୍ଷରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉକ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ଉପାଧ୍ୟକ୍ଷ ଧୀରଜ ମହାନ୍ତି, ହିନ୍ଦୀ ଶିକ୍ଷକ କୃଷ୍ଣ ଶଙ୍କର ପାଢ଼ୀ, ବର୍ଷା ବ୍ୟାସ, ମନେନ୍ଦ୍ର ନାୟକ, ଚନ୍ଦ୍ରଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ହିନ୍ଦୀ ଭାଷାର ମହତ୍ତ୍ଵ ସମ୍ପର୍କରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ହିନ୍ଦୀ ଭାଷା ଆମ ଦେଶର ରାଷ୍ଟ୍ରଭାଷା ହୋଇଥିବା ବେଳେ ଏହାର ଉନ୍ନତି ହେଲେ ହିଁ ଦେଶର ହୋଇପାରିବ ତେଣୁ ସମସ୍ତେ ହିନ୍ଦୀ ଭାଷାକୁ ସମ୍ମାନ ଦେବା ସହ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଷଷ୍ଠ ରୁ ଦଶମ ଶ୍ରଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷାରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରୁ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ତପନ କୁମାର କଳସୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed