March 12, 2026

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ବାର୍ଷିକ ସମ୍ମିଳନୀ ପାଳିତ..

IMG-20240914-WA0047
Share

 

ନବରଙ୍ଗପୁର:(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଆନୁକୁଲ୍ୟରେ ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ଠାରେ ସଂଘର ବାର୍ଷିକ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କିନ୍ନର ମାନେ ନିଜକୁ ସ୍ବାବଲମ୍ବୀ କରିବା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବରେ ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ ଯୋଗ ଦେଇ କିନ୍ନର ମାନଙ୍କର ପୌରପରିଷଦ ପକ୍ଷରୁ ଯାହା କିଛି ସାହାଯ୍ୟ ସହଯୋଗର ଆବଶ୍ୟକ ଅଛି ତାହା ସେ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହିପରି ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଯୋଗ ଦେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଂଘର ଆଇନ ପରାମର୍ଶଦାତା ତଥା ଅଧିବକ୍ତା ରାମ ପ୍ରସାଦ ପାତ୍ର ଯୋଗ ଦେଇ ଜିଲ୍ଲାର ସମସ୍ତ କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ରୁ ଆସିଥିବା ରାଜ୍ୟ ସମ୍ପାଦକ ମେଘନା ସାହୁ, ରାୟଗଡ଼ା ରୁ ଆସିଥିବା ପିଙ୍କି ମହାପାତ୍ର, କିନ୍ନର ସଂଘର ସଭାପତି କାଜୋଲ କିନ୍ନର ଏବଂ ସମ୍ପାଦକ ଚୁମକି କିନ୍ନର ମଞ୍ଚାସୀନ ଥିଲେ । ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ପୌରପରିଷଦ ଅଞ୍ଚଳର ଉପଦେଷ୍ଟା ମହମ୍ମଦ ଶିରାଜ୍, ନବରଙ୍ଗପୁର ବ୍ଲକ ଉପଦେଷ୍ଟା ନିନିବାବୁ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ଉପଦେଷ୍ଟା ଶିବ ଶଙ୍କର ପାଢ଼ୀ, କାଉନସିଲର ଶର୍ମିଷ୍ଠା ଦେଓ, ବାରିକ ସଂଘର ସଭାପତି ଏନ.ଗଣେଶ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ଆଲୋକପାତ କରିଥିଲେ। ଆଗାମୀ ଦିନରେ କିନ୍ନର ମାନଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନିକ ସ୍ତରରେ ଆଲୋଚନା କରି ସମାଧାନ କରିବା ନିମନ୍ତେ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । କିନ୍ନର ମାନଙ୍କ ଦ୍ଵାରା ରକ୍ତଦାନ କରିବା କିମ୍ବା ଶୀତବସ୍ତ୍ର ଦାନ ସହ ଗରିବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରିବା ସମ୍ପର୍କରେ ଜାଣିବା ପରେ ଅନ୍ୟ ଜିଲ୍ଲାରୁ ଆସିଥିବା କିନ୍ନର ଗୁରୁ ଏବଂ ସଭ୍ୟ ମାନେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କିନ୍ନର ସଂଘର କାର୍ଯ୍ୟନିର୍ବାହୀ ସଂଯୋଜକ ଅଖିଳ ଭଟ୍ଟ,ସଦସ୍ୟ ପ୍ରଦୀପ ନନ୍ଦ, ହରିଶ୍ ବେହେରା, ସୁବ୍ରତ ବେହେରା, କିନ୍ନର ସଂଘର ଉପସଭାପତି ସନା କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର, କୋଷାଧ୍ୟକ୍ଷ ଗୁଗୁ କିନ୍ନର ସମେତ ଅନ୍ୟ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ। ଆଗାମୀ ଦିନରେ କିନ୍ନର ସଂଘର ସମ୍ମିଳନୀ ଗୃହ ନିର୍ମାଣ ପାଇଁ ଘର ତିଆରି ସାମଗ୍ରୀ ପାଇଁ ଏକ ଲକ୍ଷ ଟଙ୍କା ସହଯୋଗ କରିବେ ବୋଲି ବାରିକ ସଂଘର ସଭାପତି ଏନ୍. ଗଣେଶ ପ୍ରତିଶ୍ରୁତି ଦେଇଥିଲେ।କିନ୍ନର ସଂଘର ଉମରକୋଟ ପୌରପରିଷଦର ଉପଦେଷ୍ଟା ବରିଷ୍ଟ ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ ଆଗାମୀ ଦିନରେ ଉମରକୋଟ ଠାରେ ଏକ ରାଜ୍ୟ ସ୍ତରୀୟ କିନ୍ନର ସମ୍ମିଳନୀ ଆୟୋଜନ କରିବା ନିମନ୍ତେ ଆଭାସି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ସେହିପରି ସଂଘର ମହିଳା ଉପଦେଷ୍ଟା ଡକ୍ଟର ସଂଯୁକ୍ତା ପଣ୍ଡା ଏବଂ ସମାଜ ସେବୀ ସୁଷମା ଜୈନ, ଉମରକୋଟ ବ୍ଲକ ମହିଳା ଉପଦେଷ୍ଟା ଚନ୍ଦନା ମଲ୍ଲିକ ପ୍ରମୁଖ ଶୁଭେଛା ଜଣାଇଛନ୍ତି।