November 26, 2024

ବାରଣାସୀ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ

Share

ଆଜି ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗର ଦ୍ଵାରା ନେତୃତ୍ୱ ଓ ଦାୟିତ୍ଵ ଅଭିବୃଦ୍ଧି ଲକ୍ଷ୍ୟ ରଖି ବିଦ୍ୟାଳୟ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ ୨୦୨୪ ଆୟୋଜନ ମହାଆଡ଼ମ୍ବରରେ ହେବା ସହ ନୂତନ ବିଦ୍ୟାଳୟ ପରିଚାଳନା କମିଟି ସ୍ଵାଗତ ସମାରୋହ ଏବଂ ପୁରାତନ ବିଦ୍ୟାଳୟ ପରିଚାଳନା କମିଟି ବିଦାୟ ସମ୍ବର୍ଦ୍ଧନା ପାଳନ ହୋଇଯାଇଛି ।

 

ଏହି ଉତ୍ସବାରେ ଶ୍ରୀ ଆଦିକନ୍ଦ ଗମାଙ୍ଗୋ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କାଶୀନଗର, ଶ୍ରୀ ଆଲୋକ କୁମାର, ଦ୍ଵିତୀୟ ଥାନା ଅଧିକାରୀ, କାଶୀନଗର ଶ୍ରୀ ଜୟରାମ ସାହୁ, ଉପ ଅଧକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, କାଶୀନଗର, ଶ୍ରୀମତୀ ଜେ ନର୍ମଦା କୁମାରୀ ଦାସ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, କାଶୀନଗର, ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ପାରଳାଖେମୁଣ୍ଡି ଶ୍ରୀ ଆର ମଧୁ କୁମାର, ଆଞ୍ଚଳିକ ସଂଶାଧନ କେନ୍ଦ୍ର ସଂଯୋଜକ, କାଶୀନଗର କ୍ଲଷ୍ଟର ,ଶ୍ରୀ ଜୟଶଙ୍କର ଲେଙ୍କା, ପୂର୍ବତନ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ଆଦି ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ହେବା ସହ ପିଲାଙ୍କୁ ଉଦବୋଧନ ଦେଇଥିଲେ।

 

ଆବାହକ ଶ୍ରୀ ଭାଗୀରଥି ବେହେରା, ପ୍ରଧାନ ଶିକ୍ଷକ ଓ ଶ୍ରୀ ଶୁଭ୍ରାଂଶୁ ମୋହନ ପଣ୍ଡା , ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ଆୟୋଜିତ ଏହି ଉତ୍ସବରେ ୩୮ ଜଣଙ୍କୁ କ୍ଲାସ ମନିଟର ଓ ହାଉସ କ୍ୟାପଟେନ ପଦବୀ ଦିଆଯିବା ସହ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସ୍କୁଲ କ୍ୟାବିନେଟ୍ ପଦବୀରେ ଶପଥ ଗ୍ରହଣ କରାଗଲା ।

 

୨୦୨୪ ବର୍ଷ ନିମନ୍ନ୍ତେ ରବି ଶବର’ ଦଶମ ଶ୍ରେଣୀ – ପ୍ରଧାନ ମନ୍ତ୍ରୀ, ପି ପବିତ୍ରା, ଦଶମ ଶ୍ରେଣୀ – ଉପ ପ୍ରଧାନମନ୍ତ୍ରୀ, ବନମାଳୀ ବେହେରା, ନବମ ଶ୍ରେଣୀ – ଶିକ୍ଷା ମନ୍ତ୍ରୀ, ବାପୁଜୀ ଶବର, ଦଶମ ଶ୍ରେଣୀ – ଶିକ୍ଷା ଉପମନ୍ତ୍ରୀ,ସୁରେଶ ପାତ୍ର, ନବମ ଶ୍ରେଣୀ – ସଂସ୍କୃତି ସହ ଖେଳ ମନ୍ତ୍ରୀ, ଅବଦ୍ୟା ରାଇତା , ଅଷ୍ଟମ ଶ୍ରେଣୀ – ସଂସ୍କୃତି ସହ ଖେଳ ଉପମନ୍ତ୍ରୀ, ସୁନିତା ମହାନ୍ତି , ନବମ ଶ୍ରେଣୀ – ପାଠାଗାର ସହ ପରିବେଶ ମନ୍ତ୍ରୀ, ଏନ୍ କଳ୍ପନା , ନବମ ଶ୍ରେଣୀ – ପାଠାଗାର ସହ ପରିବେଶ ଉପମନ୍ତ୍ରୀ, ଗିରି ସୌରା, ଅଷ୍ଟମ ଶ୍ରେଣୀ – ଖାଦ୍ୟ ମନ୍ତ୍ରୀ, ସୋନାଲି ଶବର – ଖାଦ୍ୟ ଉପମନ୍ତ୍ରୀ, ଜ୍ୟୋତି ରାଣୀ ନାୟକ, ଅଷ୍ଟମ ଶ୍ରେଣୀ – ସ୍ବାସ୍ଥ୍ୟ ମନ୍ତ୍ରୀ, ଜି ପ୍ରଣୀତ , ସପ୍ତମ ଶ୍ରେଣୀରେ – ସ୍ବାସ୍ଥ୍ୟ ଉପମନ୍ତ୍ରୀ ପଦବୀରେ ଶପଥ ନେଲେ ।

ଶେଷରେ ସମସ୍ତ ଅତିଥି, ଅଭିଭାବକ, ସଦସ୍ୟ ସଦସ୍ୟା, ଶିକ୍ଷକ ଓ ସାମ୍ବାଦିକ ବନ୍ଧୁଙ୍କ ସହ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ନବ ନିର୍ବାଚିତ କ୍ୟାପଟେନ ପ୍ରଦାନ କଲେ ।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed