November 26, 2024

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଉଦଘାଟିତ।

Share

 

ପୁରୀ ୧୩/୯ ପୁରୀ ଅର୍ବାନ ହାଟ ପରିସରରେ ଆଜି ଅପରାହ୍ନ ରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ୩ ଦିନିଆ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଉଦଘାଟିତ ହୋଇଥିଲା।ଏହି ପ୍ରଦର୍ଶନୀ କୁ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଉଦଘାଟନ କରି ଏହି ମେଳା ଦ୍ଵାରା ବିଶ୍ୱକର୍ମା ଭାଇ ଭଉଣୀ ମାନଙ୍କ ଦକ୍ଷତା ର ବିକାଶ ସହ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ ଓ ଉତ୍ପାଦିତ ଦ୍ରବ୍ଯ ର ବିକ୍ରି ର ସୁଯୋଗ ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।କଳାକାର ମାନ ଙ୍କୁ ଅଧିକ ରୁ ଅଧିକ ପ୍ରଶିକ୍ଷଣ ପାଇଁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଗୁପ୍ତା, ସହ ନିର୍ଦ୍ଦେଶକ ଅନୁଜ କନସଲ, କେଭିଆଇସିର ନିର୍ଦ୍ଦେଶକ ସୁବାଷ ଛେତ୍ରୀ, କୌଶଳ ବିକାଶ ମନ୍ତ୍ରଣାଳୟର ସଂଯୁକ୍ତ ନିର୍ଦ୍ଦେଶକ ବି ରବି,ପୁରୀ ଡିଆଇସି ର ଜି ଏମ ଅମୂଲ୍ୟ ରତ୍ନ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଏମଏସଏମଇର ଉପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ।୧୦ ଜଣ ବିଶ୍ୱକର୍ମା ଶିଳ୍ପୀ ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।

ଏହି ପ୍ରଦର୍ଶନୀରେ ୧୮ ଟି ବୃତ୍ତି ବ ଧନ୍ଦା ରେ ନିୟୋଜିତ ୭୦ ଜଣ ବିଶ୍ୱକର୍ମା ଭାଇ ଭଉଣୀ ମାନେ ଯୋଗ ଦେଇ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଓ ସେବା ଗୁଡିକୁ ପ୍ରଦର୍ଶନ ଓ ବିକ୍ରି କରିବେ।ଏହା ବ୍ୟତୀତ ସରକାରୀ ପ୍ରୋତ୍ସାହନ କାରୀ ସଂସ୍ଥା ଯଥା ଆଇଏମଏମଟି, କେଭିଆଇସି,କୋଏର ବୋର୍ଡ, ସିଟିଟିସି,ଏମଏସଡିଇ, ଏସଏଲବିସି, ହସ୍ତଶିଳ୍ପ ଓ ବୟନ ଶିଳ୍ପ ବିଭାଗ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓରମାସ ଇତ୍ୟାଦି ଯୋଗ ଦେଇଛନ୍ତି।୧୪ ଓ ୧୫ ତାରିଖରେ ବିଶ୍ୱକର୍ମା ଭାଇ ଭଉଣୀ ମାନଙ୍କ ପାଇଁ ଡିଜିଟାଲ ମାର୍କେଟିଂ ଓ ଏହାର ସୁବିଧା ସୁଯୋଗ, ଆଧୁନିକ ଯନ୍ତ୍ରପାତି ଏବଂ ଏହାର ବୈଷୟିକ ଦିଗ,ବ୍ୟାଙ୍କ ସହଯୋଗ, ସରକାରୀ ଯୋଜନା ଓ ସୁଯୋଗ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ପି ଏମ ବିଶ୍ୱକର୍ମା ଯୋଜନା ୨୦୨୩ ସେପ୍ଟେମ୍ବର ୧୭ ତାରିଖରେ ସମଗ୍ର ଦେଶରେ ଶୁଭାରମ୍ଭ ହୋଇଥିଲା।ଯେଉଁ ଥିରେ ୧୮ ଗୋଟି ବୃତ୍ତି ବା ଧନ୍ଦା କୁ ସାମିଲ କରାଯାଇଥିଲା।ଏହି କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପାରମ୍ପରିକ ବୃତ୍ତି ବା ଧନ୍ଦା ଓ ଅନ୍ୟ କାରିଗରୀ କାମରେ ନିୟୋଜିତ ଥିବା ଲୋକ ଙ୍କୁ ସର୍ବାଙ୍ଗୀନ ସାହାଯ୍ୟ ଓ ତାଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଏବଂ ସେବା ଗୁଡିକର ମାନ ବୃଦ୍ଧି କରିବା ପାଇଁ ଆକଳନ କରାଯାଇଛି।ଏହାର ଅନ୍ୟତମ ଲକ୍ଷ୍ୟ ହେଲା ବିଶ୍ୱକର୍ମା ଭାଇ ଭଉଣୀ ମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ଗୁଡିକର ବ୍ରାଣ୍ଡ ର ବିକାଶ କରିବା,ବଜାର ସଂଯୋଗୀକରଣ କରି ନୂତନ ସୁଯୋଗ ଓ ସମୃଦ୍ଧି ପ୍ରାପ୍ତ କରିବାରେ ସହଯୋଗ କରିବା ବୋଲି ଅତିଥି ମାନେ ସୂଚନା ଦେଇଥିଲେ।ଶେଷରେ ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed