November 26, 2024

ପାରାଦୀପ ଫର୍ମାସୀ କଲେଜ ର ୨୦୨୧-୨୦୨୨ ବ୍ୟାଚ ର ବିଦାୟ ସମ୍ବର୍ଦ୍ଧନା ଉତ୍ସବ !!

Share

 

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ର କୁଳୁସାହି ଗ୍ରାମସ୍ଥିତ ପାରାଦୀପ ଫାର୍ମାସୀ କଲେଜ୍ ର ୨୦୨୧-୨୦୨୨ ବ୍ୟଚ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ, କଲେଜ ର ସଭାଗୃହ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ, ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ମୂଖ୍ୟଅତିଥି ଭାବେ ଯୋଗଦେଇ, ଏଠାରୁ ଉତ୍ତୀର୍ଣ୍ଣ ହୋଇ ଯାଇଥିବା ଛାତ୍ର ଛାତ୍ରୀ ମାନେ, ସେବାକୂ ଜୀବନର ବ୍ରତ କରି, ନିତ୍ୟ ନିରନ୍ତର ଓ ନିଃସ୍ଵାର୍ଥପର ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ମୂଖ୍ୟବକ୍ତା ସନ୍ତୋଷ କୁମାର କାନୁନଗୋ ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ ଶୁଭ୍ରାଂଶୁ କାନୁନଗୋ, ଉପାଧ୍ୟକ୍ଷ ଦୀପକ କୁମାର ସାହୁ , ନିଶିକାନ୍ତ ମିଶ୍ର , ଶିକ୍ଷକ ଶିବାଶିଷ ବାରିକ, ସୌମ୍ୟପ୍ରକାଶ ପଟ୍ଟନାୟକ ଓ ସୁଶାନ୍ତ ପରିଜା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିତାଇଥିବା, ଅମୃତମୟ ସ୍ମୃତି ଚାରଣ କଲାବେଳେ ଭାବବିହ୍ୱକ ହୋଇ ଉଠିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ବିଜୟଲକ୍ଷ୍ମୀ ନାୟକ, ବନପ୍ରଭା ମହାପାତ୍ର, ସାଇଶ୍ମିତା ସାହୁ, ସ୍ଥିତି ପ୍ରଜ୍ଞା ସ୍ଵାଇଁ , ଲିପଶା ପ୍ରିୟଦର୍ଶିନୀ ବାରିକ , ଏମ୍ ଡି ଜାହିର ଉଦ୍ଦିନ , ଅଭିଦିତ୍ୟ ପଲେଇ , ଓମ୍ ପ୍ରକାଶ ପଣ୍ଡା , ତଃନେଟ ଇକୁବଲ୍, ନସରତ ଅଞ୍ଜୁମ, ସୌମ୍ୟ ରଞ୍ଜନ ରାଉଳ, ବିଶ୍ଵ ପ୍ରକାଶ ପାତ୍ର, ବିଶ୍ୱଜିତ୍ ସ୍ଵାଇଁ, ଦିପ୍ତିମୟୀ ନାୟକ,ଓମ ପ୍ରକାଶ ରାଉତରାୟ, ଦେଵୀ ପ୍ରସାଦ ଦାସ୍, ରାଜୀବ ଦାସ, ଜସ୍ମିନ ଜାହାନ୍ ଓ ଅରବିନ୍ଦ ଦାସ ପ୍ରମୁଖ ଙ୍କୁ ମୂଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ପରିଶେଷରେ ଶିକ୍ଷୟତ୍ରୀ ନିରୁପମା ସିଂହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed