November 26, 2024

ମା’ଶାରଳା ଙ୍କ ମନ୍ଦିରରେ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

Share


ତିର୍ତ୍ତୋଲ ::- ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ପାଇଁ,ଏକ ପ୍ରସ୍ତୁତି ବୈଠକଜଗତସିଂହପୁର,ଏ.ଡି.ଏମ୍.ସମ୍ବିତ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଶାରଳାମନ୍ଦିର ସଭାଗୃହ ରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ,
ଅତିରିକ୍ତ ଜିଲ୍ଲାପାଳ ତଥା ଶାରଳା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା, ତିର୍ତ୍ତୋଲ ର ଅତିରିକ୍ତ ତହସିଲଦାର କଲ୍ପନା ନାୟକ, ତିର୍ତ୍ତୋଲ ଥାନା ଏସ ଡି ପି ଓ ଚିନ୍ମୟ ରାଉତ,କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ,ମଣି ଜଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ର ଡକ୍ଟର ଶୁଭଜ୍ୟୋତି ମହାନ୍ତି , ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ଭୋଳ ଙ୍କ ସମେତ ତିର୍ତ୍ତୋଲ ବ୍ଲକ ପ୍ରତିନିଧି, ଆର୍ ଡବଲୁ ଏସ ଏସ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଚଳିତ ବର୍ଷର ପାର୍ବଣ ପୂଜାର ଆର୍ଥିକ ଅଟକଳ ର ବିବରଣୀ ପାଠ କରିଥିଲେ !ଚଳିତ ବର୍ଷ ଏହି ଶାରଦୀୟ ପାର୍ବଣ ପୂଜା ରେ ୧୩ ଲକ୍ଷ ୮୬ହଜାର ୪୫୪ ଟଙ୍କା ବ୍ୟୟର ଆର୍ଥିକ ଅଟକଳ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଛି। ଯାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ , ଯାନବାହାନ ନିୟନ୍ତ୍ରଣ , ପାନୀୟ ଜଳ ଯୋଗାଣ , ନିରନ୍ତର ବିଦ୍ୟୁତ ସେବା ପ୍ରଦାନ, ଆଶୁ ଚିକିତ୍ସା ବ୍ୟବସ୍ଥା ଓ ସର୍ବୋପରି ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ମୂଳାଷ୍ଟମୀ ଠାରୁ ଶୁଭାରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ଗୁରୁବାର ମହାଷ୍ଟମୀ ପର୍ଯ୍ୟନ୍ତ ଏହି ମହତ୍ତ୍ୱପୂର୍ଣ୍ଣ ଓ ଗୁରୁତ୍ୱ ପୂର୍ଣ୍ଣ ଶାରଦୀୟ ପାର୍ବଣ ପୂଜା, ଯେପରି ବୈଦିକ ବିଧି ବିଧାନ ମଧ୍ୟରେ ପାଳନ କରାଯିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ତେବେ ଏହି ଆଲୋଚନାରେ ଅଂଶଗ୍ରହଣ କରି ମାଆଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ବରିଷ୍ଟ ସେବାୟତ କ୍ଷୀରୋଦ କୁମାର ରାଉଳ, ହରେକୃଷ୍ଣ ରାଉଳ, ନୃସିଂହ ଚରଣ ରାଉଳ , ଦେବୀ ପ୍ରସାଦ ରାଉଳ , ହରେକୃଷ୍ଣ ନାୟକ , ସୁଦାମ ଚରଣ ରାଉଳ, ଜିତେନ୍ଦ୍ର ରାଉଳ ଓ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥଲେ। ସିଂହଦ୍ବାର ସମ୍ମୁଖରେ ଥିବା ଦୋଳ ମଣ୍ଡପ ର ସ୍ଥାନାନ୍ତକରଣ ନିମନ୍ତେ ଏହି ବୈଠକରେ ସମୂହ ଦାବୀ ଉଠିବାରୁ, ଜିଲ୍ଲାପ୍ରଶାସନର ପଦସ୍ଥ ଅଧିକାରୀ ମାନେ ସରଜମିନ ତଦନ୍ତ କରି ଆଶୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଦେଖିବାକୁ ବାକି ରହିଲା, କେତେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହେବ ଏହି ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ?

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed