August 26, 2026

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧିକୁ ଏଚ୍‌‍ଏମ୍‌‍ଏସ୍‌‍ର ସ୍ଵାଗତ  

IMG-20240913-WA0010
Share

 

ବ୍ରହ୍ମପୁର,13/10 : ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହିନ୍ଦ୍‌‍ ମଜଦୁର ସଭା (ଏଚଏମଏସ୍‌‍) ରାଜ୍ୟ ଉପସଭାପତି ରବି ରଥ ସ୍ଵାଗତ ସହ କୃତଜ୍ଞତା ଜଣାଇଛନ୍ତି। ଦେଶର ବିକାଶ ପାଇଁ ନିର୍ମାଣ ଶ୍ରମିକମାନଙ୍କ ଶ୍ରମଦାନ ଅପରିହାର୍ଯ୍ୟ । ପୂର୍ବରୁ ଦିଆଯାଉଥିବା ଅର୍ଥକୁ ବୃଦ୍ଧି କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବାରୁ ଶ୍ରୀ ରଥ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ବର୍ଦ୍ଧିତ ସହାୟତା ରାଶି ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ବେଶ୍‌‍ ସହାୟକ ହୋଇପାରିବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି।