September 21, 2024

ପୋଖରୀରେ ବୁଡି ନାବାଳକ ମୃତ୍ୟୁ–

Share

 

 

ପୋଖରୀରେ ବୁଡି ନାବାଳକର ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଗାଁରେ l ମୃତ ନାବାଳକ ଜଣକ ହେଲେ ଲୁହାଗୁଡି ପଂଚାୟତ ସିରିଶୀପଦା ଗାଁର ବାଲିମା ଗମାଙ୍ଗଙ୍କ 17 ବର୍ଷର ପୁଅ ସନାତନ ଗମାଙ୍ଗ l ଆଜି ସକାଳ ସମୟରେ ଲୁହାଗୁଡି ପଞ୍ଚାଯତ କାର୍ଯ୍ୟଳୟ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଉଥିଲା । ଗାଧୋଇବା ସମୟରେ ପାଣିରେ ଗୋଡ ଖସି ଯାଇଥିଲା । ଖବର ପାଇ ପରିବାର ଲୋକେ ପୁଅ ପାଣିରେ ବୁଡି ଯାଇ ଥିବା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ପୋଖରୀରୁ ମୃତ ଦେହ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ଶହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଉଛି।