March 11, 2026

ଗୁରୁ ଚନ୍ଦ୍ରମଣୀ ଲେଙ୍କାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ..

IMG-20240913-WA0005
Share

ଗୁରୁ ଚନ୍ଦ୍ରମଣୀ ଲେଙ୍କାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି l
ପୁରୀ ବଡଦାଣ୍ଡ ସ୍ଥିତ ଗୁରୁ ଇଷ୍ଟେଟ ପରିସରରେ ଗୁରୁ ଚନ୍ଦ୍ରମଣି ଲେଙ୍କା ସ୍ମୃତି ସଂସଦ ପୁରୀ ପକ୍ଷରୁ ଓଡିଶୀ ସଂଗୀତ ଜଗତର ବିଶିଷ୍ଟ ସାଧକ ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୁତି ଚାରଣ ସଭା ଏବଂ ସଂଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉପନିର୍ଧେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ପୁରୀ ସନ୍ତୋଷ କୁମାର ସେଠୀ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ସମାଜସେବୀ ରବିନାରାୟଣ ଗୁରୁ, ଚକ୍ରଧର ମହାପାତ୍ର, ଆର୍ତତ୍ରାଣ ଶତପଥୀ, ସ୍ବର୍ଗତ ଗୁରୁଙ୍କ ସହଧର୍ମିଣୀ ସୁଲୋଚନା ଲେଙ୍କା ପ୍ରମୁଖ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଶାସ୍ତ୍ରୀୟ ଓଡିଶୀ ସଂଗୀତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯିବା ସହିତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଅର୍ପଣ କରାଯାଇଥିଲା l ଅତିଥିମାନେ ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କ ବିଷୟରେ ନିଜ ନିଜ ର ଅଭିଭାଷଣ ରଖିଥିଲେ ପରେପରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଭରତ କୁମାର ନାୟକ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed