September 21, 2024

ମହାନ ସ୍ବେଛାସେବୀ ମୁରାରୀ ତ୍ରିପାଠୀଙ୍କ ଶ୍ରାଦ୍ଧଉର୍ତ୍ସବ ସମାରୋହ ଅନୁଷ୍ଠିତ l

Share

 

ପୁରୀ ସେବାସମିତି ପକ୍ଷରୁ ଗୁରୁବାର ସନ୍ଧ୍ୟା ସାତଟା ସମୟରେ ପୁରୀ ସେବାସମିତି ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅନୁଗାମୀ ସର୍ବତ୍ୟାଗୀ ମହାନ ସ୍ବେଛାସେବୀ ମୁରାରୀ ତ୍ରିପାଠୀଙ୍କ ଶ୍ରାଦ୍ଧ ଉର୍ତ୍ସବ ଡ଼କ୍ଟର ବିମଳ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଶିଷ୍ଟ ଶିକ୍ଷାବିତ ରଘୁନାଥ ମହାପାତ୍ର, ପୂର୍ବତନ ପ୍ରଶାସକ ପଦ୍ମନାଭ ପଣ୍ଡା, ଗବେଷକ ଶ୍ରୀନିବାସ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ମୁରାରୀ ତ୍ରିପାଠୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସମ୍ପାଦକ ରବୀନ୍ଦ୍ରନାଥ ସେନାପତି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ସହସମ୍ପାଦକ ସୌମେନ୍ଦ୍ର ଦାସ ସମାରୋହ ର ସଂଯୋଜନା କରିଥିଲେ l ଏହି ଅବସରରେ ” ହୋପ ଇଜ ଲାଇଫ ‘ ସଂସ୍ଥାକୁ ମୁରାରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ସମ୍ପାଦକ ଗଦାଧର ସାହୁ ମାନପତ୍ର ଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ