September 21, 2024

କୋଟପାଡ଼ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ରେ ମହିଳା ସ୍ୱୟଂ ସହାୟିକା ଦଳ ମାନଙ୍କୁ ଚେକ ପ୍ରଦାନ ..

Share

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ପରିସରରେ ଥିବା ସଭାଗୃହ ରେ ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଜନ ଶୁଣାଣି ଅନୁଷ୍ଠିତ ଆଜି ହୋଇଯାଇଛି. ଏହି ଅଭିଯୋଗ ଶୁଣାଣି ଶିବିର ରେ ଓ ଏଲ ଏମ ଦ୍ୱାରା 48ଲକ୍ଷ 75ହଜାର ଟଙ୍କାର ଚେକ 5ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାଙ୍କୁ ଓ ଏସ ଏଫ ସି ଆଇ ଏଫ ବ୍ୟାଙ୍କ ଋଣ ପ୍ରଦାନ କରା ଯାଇଛି I ବିକଳାଙ୍ଗ ଙ୍କୁ ହୁଇଲ ଚେୟାର ଓ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଇଛି. ସୁନାର ବେଲି ନୂଆଗାଁ ଓ ଗୀର୍ଲ୍ଲା ଆଶ୍ରମ ସ୍କୁଲ ରେ ଶିକ୍ଷକ. ନୀୟ ମିତ ଆସୁ ନାହାନ୍ତି ବୋଲି ଅଭିଭାବକ ଙ୍କ ଦ୍ୱାରା ଅଭିଯୋଗ ହୋଇଥିବା ଜଣା ଯାଇଛି. ଗୋଷ୍ଠୀଗତ 15ଗୋଟି ଓ ବ୍ୟକ୍ତି ଗତ 9ଟି ମୋଟ 25ଅଭିଯୋଗର ଶୁଣାଣି ହୋଇଥିବାର ଜଣାଯାଇଛି. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ଏହି ଶିବିର ରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ଉପ ଜ଼ିଲ୍ଲା ପାଳ ଆଇ ଏ ଏସ ଏକଭରମ ଶସ୍ୟା ରେଡି. ଏସ ପି ଅଭିନବ ସନାକର. ଜ଼ିଲ୍ଲା ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଲଳିତ ଟାକ୍ରୀ. ଏ ଡ଼ି ଏମ ଆଲୋମଣି ସେଠି. ତହସିଲ ଦାର କିର୍ତ୍ତୀ ଚନ୍ଦ୍ର ପ୍ରଧାନ. ସିଡ଼ିପିଓ ସୁମିତ୍ରା ଦେବୀ ତ୍ରିପାଠୀ. ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ. ସିଡ଼ି ଓ ଦେବାଶିଷ ପଟ୍ଟନାୟକ. ବ୍ଲକ ଅଧକ୍ଷା କମଳା ଭତରା. ଉପା ଧକ୍ଷ ବାବୁଲି ପାଣିଗ୍ରାହୀ ବିଏସଏସଓ. ଜିପିଇଓ. ଓଏଲଏମ ବିଭାଗ ରୁ ଗୁପ୍ତ ମାଝୀ ଙ୍କ ସମେତ ଏନଆରହେଚଏମ. ଆରଏଣ୍ଡବି. କୃଷି. ଉଦ୍ୟାନ. ଶିକ୍ଷ୍ୟା. ସ୍ୱାସ୍ଥ୍ୟ. ମଙ୍ଗଳ ଓ ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା