November 26, 2024

ଭି ଏସ ଏସ ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲର ଆଧୁନିକିକରଣ ଓ ଟେବୁଲ ଟେନିସ କୋର୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣେଇଲା ଏ.ବି.ସି. 

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):

ଦୀର୍ଘ ବର୍ଷ ହେଲା ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ର ସମସ୍ୟା ବଢୁଛି ସିନା କିଛି ସମାଧାନ ହେଉନାହିଁ l ଆଗରୁ ଯାହା କିଛି ସ୍ଥାନୀୟ ସ୍ତରରେ କାର୍ଯ୍ୟ ହେଉଥିଲା ହେଲେ ଗତ ବିଜେଡି ସରକାର ଦ୍ୱାରା “ପେ ଏଣ୍ଡ ପ୍ଲେ ” ଏପ ବ୍ୟବସ୍ଥା ପ୍ରଚଳନ ହେଲା ପରେ ସାରା ଓଡିଶା ରେ ସରକାରୀ ସ୍ତରରେ ପରିଚାଳିତ କ୍ରୀଡା ରେ ସବଡ଼ିଭିଜନ ଅଂଚଳର ୩୦୦ ଟଙ୍କା, ଜିଲ୍ଲା ମୁଖ୍ୟାଳୟ ରେ ୫୦୦ ଟଙ୍କା ଓ ମହାନଗର ଅଂଚଳରେ ୮୦୦ ଟଙ୍କା ଅଗ୍ରିମ ଭାବରେ ଖେଳାଳି ଙ୍କଠାରୁ ଅନଲାଇନ ମାଧ୍ୟମ ରେ ରାଜ୍ୟ ଟ୍ରେଜେରି ରେ ଜମା ହେଉଛି l ଏହି ପ୍ରସଙ୍ଗରେ ସମ୍ବଲପୁର ଆମର ବ୍ୟାଡ଼ମୀଣ୍ଟନ କ୍ଲବ ପକ୍ଷରୁ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହି ଅବସରରେ ରାଜସ୍ବ ଓ ବିପର୍ଯlୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ୍ୟ ଉପସ୍ଥିତ ଥିଲେ l

ଏହି ଦାବି ପତ୍ର ରେ କୁହାଯାଇଛି ଯେ “ପେ ଏଣ୍ଡ ପ୍ଲେ ” ଆପ ରେ ଖେଳାଳି ଙ୍କ ଦ୍ୱାରା ଜମା କରୁଥିବା ଅର୍ଥ ରାଜ୍ୟ ଟ୍ରେଜେରି କୁ ଚାଲିଯିବ ଦ୍ୱାରା ସ୍ଥାନୀୟ ସ୍ତର ରେ କୌଣସି ସମସ୍ୟା ର ବି ସମାଧାନ ହୋଇପାରୁନାହିଁ l ଏହି ଇଣ୍ଡୋର ହଲ ରେ ଥିବା ଜେନେରେଟର ମଧ୍ୟ ମରାମତି ମଧ୍ୟ୍ୟ ହୋଇପାରୁନାହିଁ l ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ନେତୃତ୍ବାଧୀନ କେନ୍ଦ୍ର ସରକାର “ଖେଲୋ ଇଣ୍ଡିଆ” ମାଧ୍ୟମ ରେ କ୍ରୀଡା ର ବିକାଶ ଓ ପ୍ରୋତ୍ସାହନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଆମ ରାଜ୍ୟରେ ” ପେ ଏଣ୍ଡ ପ୍ଲେ ” ଆପ ମାଧ୍ୟ୍ୟମ ରେ ଖେଳାଳି ଙ୍କ ଠାରୁ ଏତେ ମାତ୍ରା ରେ ଅର୍ଥ ଆଦାୟ କାହିଁକି ? ତେଣୁ ଯଥାଶୀଘ୍ର ଏହି “ପେ ଏଣ୍ଡ ପ୍ଲେ ” ଆପ କୁ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିରେ ଅନୁରୋଧ କରାଯାଇଛି lଖେଳାଳୀ ଙ୍କର ସୁବିଧା ପାଇଁ ଏହି ଇଣ୍ଡୋର ହଲ କୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବା ସହ ଏହି ଇଣ୍ଡୋର ହଲ ପରିସର ରେ ଏକ ଟେବୁଲ ଟେନିସ କୋର୍ଟ ର ବ୍ୟବସ୍ଥା କରିବା ସହ ପୁରୁଷ ଓ ମହିଳା ଙ୍କ ସୁବିଧା ପାଇଁ ପୃଥକ ଭାବରେ ଚେଞ୍ଜିଙ୍ଗ ରୁମ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି l

 

ବର୍ତ୍ତମାନ ପରିପେକ୍ଷି ରେ ଖେଳ ପ୍ରତି ଶିଶୁ, ଯୁବକ ଠାରୁ ବୟସ୍କ ଯାଏ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ବେଳେ, ସରକାର ମଧ୍ୟ ଖେଳ ଓ ଖେଳାଳି ଙ୍କର ପ୍ରୋତ୍ସାହନ ପ୍ରତି ଅଗ୍ରାଧିକାର ଦେବାକୁ ସଂଯୋଜକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ସ୍ମାରକ ପତ୍ର ରେ ନିବେଦନ ଜଣାଇଛନ୍ତି l

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.