November 14, 2024

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ୱ ଆତ୍ମହତ୍ୟା ରକିବା ଦିବସ ପାଳିତ।

Share

 

 

ରାୟଗଡ଼ା, ୧୦/୦୯/୨୦୨୪ : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ଆତ୍ମହତ୍ୟା ରକିବା ଦିବସ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଚିନ୍ତାଧାରାକୁ କିପରି ବଦଳା ଯାଇପାରିବ ସେ ସମ୍ପର୍କରେ ଆଲଚନା କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟର ନିର୍ନେଶକ ଡ଼ଃ.ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଟିବି ବିଭାଗର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ପ୍ରଦିପ୍ତ କୁମାର ସୁବୁଦ୍ଧି ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଫାର୍ମାସୀ ଓ ନର୍ସିଂ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଡ଼ଃ.ସୁବୁଦ୍ଧି ଛାତ୍ରଛାତ୍ରୀମାନଙ୍କୁ ଆତ୍ମହତ୍ୟା ଭୋଳି ଚରମ ପଦକ୍ଷେପ ରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ଚିନ୍ତାଧାରାକୁ କିପରି ପରିବର୍ତ୍ତନ କରିହେବ ସେ ସମ୍ପର୍କରେ ଆଲକପାତ କରିଥଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥଲେ।

ରାୟଗଡା ତୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ