ନବରଙ୍ଗପୁର ଜିଲ୍ଲା ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ପୁଣ୍ୟ ତିଥି ଓ ପୁସ୍ତକ ଲୋକାର୍ପଣ ସମାରୋହ ପାଳିତ..
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ )ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ୪୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଲେଖିକା ପ୍ରଭାସିନୀ ମହାନ୍ତି ଙ୍କ ଆଇନ୍ ସଚେତନତା ସମ୍ବନ୍ଧୀୟ ନାଟିକା ସଂକଳନ “ଆମେ ଜାଣିନୁ” ଓ ସୁଶୋଭିତା ମେରିଲିନ ତୁରୁକ ଙ୍କ ସୁଖ, ଦୁଃଖ, ପ୍ରେମ ପ୍ରଣୟ, ସାମାଜିକ ଓ ଆଧ୍ୟାତ୍ମିକ ଧର୍ମୀ କବିତା ସଂକଳନ “ସ୍ୱର୍ଣ୍ଣିମ ଆଭା” ଲୋକାର୍ପିତ ହୋଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସୁବ୍ରତ ମହାନ୍ତି ଯୋଗଦେଇ ନବରଙ୍ଗପୁର ଏକ ଶିକ୍ଷା କ୍ଷେତ୍ରରେ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ଜିଲ୍ଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାକୁ ଆଗେଇ ନେବାକୁ ପଡିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡଃ ସଦାଶିବ ତ୍ରିପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ ଓ ମୁଖ୍ୟ ବକ୍ତା ଭାବେ ଡଃ ବିଜୟ କୁମାର ମିଶ୍ର ଯୋଗଦେଇ ଡଃ ସଦାଶିବଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିବା ସହ ଡଃ ସଦାଶିବଙ୍କୁ ସରକାରୀ ସ୍ତରରେ ଉଚିତ୍ ସମ୍ମାନ ଦିଆଯାଉ ବୋଲି କହିଥିଲେ। ଉତ୍କଳ ପରିଷଦର ସଭାପତି ଶିକ୍ଷାବିତ୍ ଶ୍ରୀ ବିଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିଲେ । ଡଃ ସଦାଶିବଙ୍କ ଦାୟାଦ କେଦାରନାଥ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜିତ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ମଞ୍ଚସ୍ଥ ପଥପ୍ରାନ୍ତ ନାଟକ ଗୁଡ଼ିକର ଏକ ସଂକଳନକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ଏହି ନାଟିକା ଗୁଡ଼ିକ ନବରଙ୍ଗପୁରର ସ୍ୱନାମଧନ୍ୟା ଲେଖିକା ପ୍ରଭାସିନୀ ମହାନ୍ତି ରଚନା କରିଛନ୍ତି। ଏହି ନାଟିକା ଗୁଡ଼ିକ ଲେଖିକା ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ନିର୍ଦ୍ଦେଶନା ଦେବାସହ ନବରଙ୍ଗପୁର ର ବିଭିନ୍ନ ସ୍ଥାନରେ ୧୦ଟି ନାଟକ ମଞ୍ଚସ୍ଥ କରାଯାଇଥିଲା। ଆଇନଜୀବୀ ରାମ ପ୍ରସାଦ ପାତ୍ର ଏହି ନାଟିକା ସଂକଳନର ଏକ ସମୀକ୍ଷା ଉପସ୍ଥାପନ କରିଥିଲେ। ଶିକ୍ଷୟତ୍ରୀ ତଥା ଲେଖିକା ସୁଶୋଭିତା ମେରିଲିନ ତୁରୁକ ଙ୍କ ୬୮ଟି କବିତା ସମ୍ବଳିତ ସଂକଳନ “ସ୍ୱର୍ଣ୍ଣିମ ଆଭା” କୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ଏହି ପୁସ୍ତକ ର ସମୀକ୍ଷା ଶିକ୍ଷୟତ୍ରୀ ବାସନ୍ତୀ ଲତା ଜେନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଯୁଗଳ ତ୍ରିପାଠୀ ଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ । ଜଗଦୀଶ ଚନ୍ଦ୍ର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଟେଲି ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କବି ଶ୍ରୀଧର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ଉତ୍କଳ ପରିଷଦର ସମ୍ପାଦକ ତପନ କୁମାର ବିଷୋୟୀ, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ଆଇନଜୀବୀ ପ୍ରୀତି ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ପି. ରବିକାନ୍ତ ରଘୁରାମ, ଝରଣା ପଟ୍ଟନାୟକ, ଜଗନ୍ନାଥ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୋରମା ମାଝୀ, ନିରଞ୍ଜନ ମିଶ୍ର, ଅବନୀ କୁମାର ତ୍ରିପାଠୀ, ଅଦିତ୍ୟ ବିକ୍ରମ ତ୍ରିପାଠୀ, ଜାହ୍ନବୀ ପଣ୍ଡା, ନନ୍ଦ କିଶୋର ପାଢ଼ୀ, ସନ୍ଧ୍ୟା ରାଣୀ ପାତ୍ର, ଚନ୍ଦନ ପାଢ଼ୀ, ଆଇନଜୀବୀ ସମରେଶ ଗନ୍ତାୟତ, ସଦାଶିବ ସାହୁ, ରାଜେନ୍ଦ୍ର ବିଷୋୟୀ, କିଶୋର ପଟ୍ଟନାୟକ, ସତ୍ୟଜିତ ପଣ୍ଡା, ପଦ୍ମାଳୟା ପାତ୍ର, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ସାନୁଜ କୁମାର ପାତ୍ର, ସ୍ୱର୍ଣ୍ଣଲତା ପଟ୍ଟନାୟକ, ସରୀତା ତୁରୁକ, ପ୍ରକାଶ ସାମନ୍ତରାୟ, ପ୍ରଭଞ୍ଜନ ତ୍ରିପାଠୀ, ସିମାଦ୍ରୀ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଣ୍ଡା, ଶରତ ଦାଶ, ପଲ୍ଲବୀ ପଟ୍ଟନାୟକ, ଦୁର୍ଗାପ୍ରସାଦ ପ୍ରଧାନ, କାମ୍ପ ସେଠୀ, ଦାଶରଥି ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ବେହେରା, ରୀତା ମହାନ୍ତି, ହରେଶ ମହାନ୍ତି, ସ୍ୱର୍ଣ୍ଣପ୍ରଭା ମହାନ୍ତି, ଏସ୍. କୃପାଳିନୀ ଦିପ୍, ହରିଶ୍ ବେହେରା, ଗୌରୀ ଶଙ୍କର ପଟ୍ଟନାୟକ ପ୍ରମୁଖ ଆଇନଜୀବୀ, କବି କବୟିତ୍ରୀ, ବୁଦ୍ଧିଜୀବୀ ଓ ସଜ୍ଜନ ବୃନ୍ଦ ଯୋଗଦେଇଥିଲେ।