November 26, 2024

ଗଜପତି ଜିଲ୍ଲାପାଳ ତିନି ମେଗାଲିଫ୍ଟ ପ୍ରୋଜେକ୍ଟ ବୁଲି ଚାଷୀ ମାନଙ୍କ ସମସ୍ୟା ବୁଝିଲେ.

Share

 

 

କାଶୀନଗର

ତା 10/9/24

କାଶୀନଗର ଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀ ପାର୍ଶରେ 2015-16 ମସିହାରେ କୀଡୀଗାଁ, ରାଧାକୃଷ୍ଣ ପୁର ଓ ସାରା ଗ୍ରାମ ଠାରେ ରେ ଥିବା ଚାଷ ଜମି ମନକୁ ଜଳ ଯୋଗାଣ କରିବା ନିମନ୍ତେ ତିନୋଟି ମେଗା ଲିଫ୍ଟ ପ୍ରୋଜେକଟ ହୋଇଥିଲା. ସେହି ସମୟରେ ମେଗା ଲିଫ୍ଟ ପ୍ରୋଜେକଟ ଦ୍ୱାରା 20 ହେକ୍ଟର ଜମିକୁ ଗୋଟେ ପୋଇଁଟ ହିସାବରେ ତିନୋଟି ଗ୍ରାମର ଜମି ମାନଙ୍କୁ ଜଳ ଯୋଗାଣ ନିମନ୍ତେ ସୁବିଧା ଅନୁଯାଇ ପୋଇଁଟ ମାନ ରଖା ଯାଇଥିଲା.ସେହିପରି କୀଡୀଗାଁ ଗ୍ରାମ ପାଇଁ ମୋଟ 13 ଗୋଟି ପୋଇଁଟ ରହିଛି. ଏହି ମେଗା ଲିଫ୍ଟ ପ୍ରୋଜେକଟ ହେବା ପରେ ସମସ୍ତ ଜମିକୁ ଜଳ ଯୋଗାଣ ହେବା କଥା କିନ୍ତୁ ତିନୋଟି ଗ୍ରାମରେ କିଛି ପରିମାଣର ଜମିରେ ପାଣି ପହଞ୍ଚି ପାରୁ ଥିବା ବେଳେ ଅଧିକାଂଶ ଜମିକୁ ପାଣି ପହଂଚି ପାରୁ ନ ଥିଲା. କାରଣ ଏକା ଥରକେ ସବୁ ପୋଇଁଟକୁ ପାଣି ଯୋଗାଣ କରିବା ସମ୍ଭବ ପର ନୁହଁ ବୋଲି ମେଗା ପ୍ରୋଜେକ୍ଟ କର୍ମଚାରୀ ମାନେ କହିଥିଲେ. ତିନୋଟି ଗ୍ରାମର ଗ୍ରାମବାସୀ ମାନେ ବହୁବାର ଏହି ସମସ୍ୟା ନେଇ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ କଲେ ମଧ୍ୟ ମେଗା ଲିଫ୍ଟ ପ୍ରୋଜେକଟ ସମସ୍ୟା ସାମଧାନ ହୋଇପାରୁ ନ ଥିଲା. ଏହି ସମସ୍ୟା ବିଷୟରେ ଅନୁଧ୍ୟାନ କରିବା ପାଇଁ ଗଜପତି ଜିଲ୍ଲାର ଜିଲ୍ଲପାଳ ରାଜେନ୍ଦ୍ର କୁମାର ଦାସ କୀଡୀଗାଁ ମେଗା ପ୍ରୋଜେକ୍ଟ-1, ରାଧାକୃଷ୍ଣ ପୁର ଓ ସାରା ଗ୍ରାମ ନିକଟରେ ଥିବା ମେଗା ଲିଫ୍ଟ ପ୍ରୋଜେକ୍ଟ ନିକଟରେ ପହଂଚି ଥିଲେ. ସ୍ଥାନୀୟ ଗ୍ରାମବାସୀ ତଥା ଚାଷୀ ମାନଙ୍କ ଠାରୁ ମେଗା ପ୍ରୋଜେକ୍ଟ ମାନଙ୍କ ର ଥିବା ଅଭିଯୋଗ ମାନ ଶୁଣିବା ପରେ ସ୍ଥିତି ଅନୁଧ୍ୟାନ କରି ମେଗା ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା ଙ୍କୁ ସମସ୍ୟା ବିଷୟରେ ବୁଝିବାରୁ ସେ କହିଲେ ଯେ, ଯେ ହେତୁ ସେହି ସମୟରେ ସ୍ଥିତି ଅନୁଧ୍ୟାନ କରି ସର୍ଭେ ଅନୁସାରେ କାମ କରାଯାଇଥିଲା କିନ୍ତୁ ବର୍ତମାନ ସମସ୍ୟା ହେଲା ଯେ, ତଳ ଜମି ମାନଙ୍କ ନିକଟରେ ପାଣି ପହଂଚି ପାରୁଛି କିନ୍ତୁ ଉପର ମୁଣ୍ଡରେ ଥିବା ଅଧିକାଂଶ ଜମିକୁ ପାଣି ପହଂଚି ବାରେ ବିଳମ୍ବ ହେଉଛି ବେଳେବେଳେ ପହଂଚି ମଧ୍ୟ ପାରୁନି . ଜିଲ୍ଲାପାଳ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀ ଶ୍ରୀ ପଣ୍ଡା ଙ୍କୁ ଏହି ଜଳ ଯୋଗାଣ କିପରି ସବୁ ବର୍ଗର ଜମି ମାନଙ୍କ ନିକଟରେ ପହଂଚି ଜଳ ଯୋଗାଣ ହୋଇ ପାରିବ ସେ ନେଇ ସାତ ଦିନ ମଧ୍ୟରେ ଏକ ନକ୍ସା ଗ୍ରାମବାସୀଙ୍କ ସହିତ ଯୋଗାଯୋଗ କରି ତିଆରି କରିବାକୁ କହିଥିଲେ. ନକ୍ସା ତିଆରି ହେବାପରେ ସେ ଅନୁସାରେ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ୟପନ୍ଥା ଗ୍ରହଣ ନିଆଯାଇ ଚାଷୀ ମାନଙ୍କ ସମସ୍ୟା କିପରି ଖୁବ ଶୀଘ୍ର ସାମଧାନ ହେବ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ମଧ୍ୟ ଜିଲ୍ଲପାଳ କହିଥିଲେ. ମେଗା ପ୍ରୋଜେକ୍ଟ କାର୍ଯ୍ୟନର୍ବାହୀ ଯନ୍ତ୍ରୀଙ୍କୁ କେତେ ଗ୍ରାମ ବାସୀ ଆନ୍ଧ୍ର ଚାଷୀ ମାନଙ୍କୁ ଏହି ପାଣି ଯୋଗାଣ ହୋଇପାରୁଛି କିନ୍ତୁ ଆମେ ସ୍ଥାନୀୟ ଚାଷୀ କାହିଁକି ଆମ ଜିମି ନିକଟକୁ ପାଣି ଆସି ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ. ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ କାଶୀନଗର ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, କୀଡୀଗାଁ ସରପଞ୍ଚ, ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ. ରାଧାକୃଷ୍ଣ ପୁର ଠରେ ଥିବା ସି ଏସ ସି ସେଣ୍ଟର ନିକଟରେ ପହଂଚି ସୁଭଦ୍ରା ଯୋଜନା ଆବେଦନ ବିଷୟରେ ଏକାଦଶୀ ଜେନାଙ୍କୁ ପଚାରି ବୁଝି ବର୍ତମାନ ସର୍ଭେର ସବୁ ଆଡେ ଡାଉନ ରହୁଛି ସେଥିପାଇଁ ଅନ ଲାଇନ ବଦଳରେ ଅଫ ଲାଇନରେ ଆବେଦନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed