May 31, 2026

ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ୟଶଭୂମି ଠାରେ ଆୟୋଜିତ ‘ଉଦ୍ୟୋଗ ସମାଗମ ୨୦୨୪ : ଶିଳ୍ପ ଓ ବାଣିଜ୍ୟ ସମ୍ମିଳନୀ’ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଏବଂ ଶ୍ରୀ ଜିତିନ ପ୍ରସାଦ ତଥା ସମସ୍ତ ରାଜ୍ୟର ଶିଳ୍ପ

IMG-20240906-WA0021
Share

    ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ୟଶଭୂମି ଠାରେ ଆୟୋଜିତ ‘ଉଦ୍ୟୋଗ ସମାଗମ ୨୦୨୪ : ଶିଳ୍ପ ଓ ବାଣିଜ୍ୟ ସମ୍ମିଳନୀ’ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଏବଂ ଶ୍ରୀ ଜିତିନ ପ୍ରସାଦ ତଥା ସମସ୍ତ ରାଜ୍ୟର ଶିଳ୍ପ ମନ୍ତ୍ରୀମାନଙ୍କ ସହ ଯୋଗଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ଉପସ୍ଥାପନା କରିଛନ୍ତି |

 

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରି ବିକାଶମୁଖୀ ବ୍ୟବସାୟିକ ଇକୋସିଷ୍ଟମ୍, ନିଯୁକ୍ତି ସୃଷ୍ଟି ପାଇଁ ପ୍ରୟାସ ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟକାରୀ କରିବା ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଅଛିl

 

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଓଡିଶା ୯୯% BRAP ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିପାରିଛି, ଏହା ରାଜ୍ୟରେ Ease of Doing Business ପାଇଁ ଏକ ମାଇଲଖୁଣ୍ଟ l ଓଡିଶା ୧୭୦୦ ରୁ ଅଧିକ ନିୟାମକ ଅନୁପାଳନ ବୋଝକୁ ହ୍ରାସ କରିଛି, ଯାହା ରାଜ୍ୟରେ ବ୍ୟବସାୟ ପାଇଁ ଥିବା ସରକାରୀ ପ୍ରକ୍ରିୟା ଗୁଡ଼ିକୁ ସରଳ ଏବଂ ସୁଗମ କରିପାରିଛି l ଏହା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଉଛି l