September 21, 2024

ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ 

Share

 

 

 

ପଦମପୁର : ୦୫/୦୯(ଜୟନ୍ତ କୁମାର ସେଠ) ପଦ୍ମପୁର ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ନାଥ ଗୁରୁ ଦିବସ ର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଛାତ୍ରୀ ସୁଶ୍ରୀ ଶିବାନୀ ମିଶ୍ର ଓ ସୁଶ୍ରୀ ପ୍ରତୀକ୍ଷା ଦାଶ କାର୍ଯ୍ୟକ୍ରମଟିର ସଂଯୋଜନା କରିବା ସହ ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ଓ ଶେଷରେ ଛାତ୍ରୀ ମାନେ ଗୁରୁ ପୂଜନ କରିଥିଲେ।