June 20, 2026

ସୁଭଦ୍ରା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ..

IMG-20240905-WA0052
Share

 

 

ପାରଳାଖେମୁଣ୍ଡି, ତା.୦୫.୦୯.୨୦୨୪

 

ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା। ଆଜି ଏହି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ୭ ଗୋଟି ବ୍ଲକର ୧୪୯ ଗ୍ରାମ୍ୟ ପଞ୍ଚାୟତ ର ୧୫୩୪ ରାଜସ୍ବ ଗ୍ରାମ ମହିଳା ମାନେ ଅବେଦନ କରିବେ। ଜିଲ୍ଲାରେ ୨୪୪୩ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର, ଆଦି ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ବୋଲି କହିଥିଲେ।

ସେହିପରି ଜିଲ୍ଲାରେ ୨୪ ଆଧାର କେନ୍ଦ୍ର ରହିଅଛି ଏଣୁ କୌଣସି ମହିଳା ବ୍ୟସ୍ତ ବିବ୍ରତ ନ ହୋଇ ପଞ୍ଜିକରଣ କରିବାକୁ କହିଥିଲେ । ଏଣୁ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ସେ ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ। ଅଧିକ ସୂଚନା ଜାଣିବା ପାଇଁ ସ୍ଥାନୀୟ ସିଡିପିଓ ଙ୍କ କାର୍ଯ୍ୟଳୟରେ ଯୋଗାଯୋଗ କରି ଅଧିକ ସମ୍ପୂର୍ଣ୍ଣ ସହାୟତା ପାଇପାରିବେ ଓ ଦେୟ ମୁକ୍ତ ସହାୟତା ନମ୍ବର ୧୪୬୭୮ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ।

You may have missed