September 21, 2024

ଲାଞ୍ଜିଗଡ଼ରେ ଥିବା ଶିବ ମନ୍ଦିର ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ 

Share

 

ଲାଞ୍ଜିଗଡ଼ — ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ଶତାଧିକ ବର୍ଷର ଏକ ପ୍ରାଚୀନ ଶିବ ମନ୍ଦିର ଅବସ୍ଥିତ l ଏହି ମନ୍ଦିର ଲାଞ୍ଜିଗଡ଼ର ରାଜା ଶ୍ରୀ ମାହେଶ୍ୱରୀ ପ୍ରସାଦ ଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା l ରାଜାଙ୍କ ଅବର୍ତ୍ତମାନରେ ମନ୍ଦିରର ରକ୍ଷଣାବେକ୍ଷଣ ହୋଇପାରିଲା ନାହିଁ l ସ୍ଥାନୀୟ ଲୋକେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଲେନାହିଁ l ତେଣୁ ମନ୍ଦିରର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ଶିବରାତ୍ରୀ ଓ ଅନ୍ୟ ପର୍ବପର୍ବାଣୀ ସମୟରେ ଶହ ଶହ ଲୋକ ଦେବ ଦର୍ଶନ ପାଇଁ ମନ୍ଦିରକୁ ଯାଇଥାନ୍ତି l ଲାଞ୍ଜିଗଡ଼ରେ ମନ୍ଦିରସବୁର ଏକ କମିଟି ମଧ୍ୟ ଅଛି l କିନ୍ତୁ ଏ ମନ୍ଦିରର ସମସ୍ୟା ପ୍ରତି କାହାରି ହେଲେ ଦରଦ ନାହିଁ l ବର୍ଷ ବର୍ଷ ଧରି ମନ୍ଦିରରେ ଚୂନ ଟିକିଏ ମଧ୍ୟ ଲାଗି ପାରୁନାହିଁ l ଚତୁର୍ପାଶ୍ୱରେ ଥିବା ପାଚେରୀ ଭାଙ୍ଗି ପଡ଼ିଲାଣି l ତେଣୁ ଗାଈ ଗୋରୁ, କୁକୁର, ଘୁଷୁରୀ ଓ ଛେଳିମାନେ ସେଠାରେ ଆଡ୍ଡା ଜମେଇଲେଣି l ରୋଷେଇ ଘର ଭାଙ୍ଗି ଯିବା ପରେ ଆଉ ଗୋଟିଏ ରୋଷେଇ ଘର ନିର୍ମାଣ ହୋଇ ପାରୁନାହିଁ l ଉପର ସାହିର ଡ୍ରେନରେ ଆସୁଥିବା ନର୍ଦ୍ଦମା ଜଳ ମନ୍ଦିର ନିକଟରେ ହିଁ ବହି ଯାଉଛି l ମନ୍ଦିର ପରିବେଶ ଅତ୍ୟନ୍ତ ଶୋଚନୀୟ ଏବଂ ଅସ୍ୱାସ୍ଥ୍ୟକର ହୋଇ ରହିଛି l ସରକାର ଓଡିଶାର ଅନେକ ମନ୍ଦିର ପାଇଁ ଅଜସ୍ର ଅର୍ଥ ଦେଉଛନ୍ତି l ତେଣୁ ଲାଞ୍ଜିଗଡ଼ର ଏହି ଶିବ ମନ୍ଦିରର ସମସ୍ୟାକୁ ସୁଧାରିବା ପାଇଁ କିଛି ଅର୍ଥ ବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର