September 21, 2024

ନିଜ ବିଦ୍ୟାଳୟ ର ଏଭଳି ପରିବେଶ ପାଇଁ ଦୁଃଖ ପ୍ରକାଶ କରିଲେ ପ୍ରଧାନ ଶିକ୍ଷକ ଓ ସରପଞ୍ଚ l

Share

 

ପୁରୀଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ଆଳିସ ଗ୍ରାମପଞ୍ଚାୟତ ର ଆଳିସ ସରକାରୀ ପ୍ରାଥମିକ ବିଦ୍ୟାଳୟର ନା ଅଛି ପାଚିରୀ ନା ଅଛି ବିଦ୍ୟାଳୟ ପାଇଁ ଭଲ ପଡିଆ ସବୁ ନାହିଁରେ ନାହିଁରେ ଚାଲିଛି ଏହି ବିଦ୍ୟାଳୟ ଟି ବୋଲି ଦୁଃଖର ସହିତ କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସରପଞ୍ଚ l ପାଚିରୀ ଖଣ୍ଡେ ନଥିବାରୁ ବିଦ୍ୟାଳୟ ରେ ଗୋରୁଗାଇ, କୁକୁର, ଛେଳି ପସି ବିଦ୍ୟାଳୟ ପରିସରରେ ଲାଗିଥିବା ବୃକ୍ଷ ଗୁଡିକ ନଷ୍ଟ କରିଦେବା ସହିତ ସନ୍ଧ୍ୟାହେଲେ ମଦ୍ୟପଙ୍କ ଆଡା ବିଦ୍ୟାଳୟ ଭିତରେ ଜମୁଛି l ଏପରିକି ବିଦ୍ୟାଳୟ ପରିସରରେ ଗ୍ରାମର କିଛି ବ୍ୟକ୍ତିଙ୍କ ଗୋରୁ ଗାଇ ମଧ୍ୟ ବନ୍ଧା ଯାଉଛନ୍ତି l ଏହିଭଳି ଅବସ୍ଥାରେ ଚାଲିଛି ଆଳିସ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l