August 25, 2026

ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ରେ ସ୍ଥାୟୀ ଡାକ୍ତର ମରୁଡି କୁ ନେଇ ଗର୍ଜିଲେ ଗୁଣୁପୁର ର ବୁଦ୍ଧିଜୀବୀ ଙ୍କ ସହ ସାଧାରଣ ଜନତା

IMG-20230312-WA0024
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣୁପୁର ଉପଖଣ୍ଡ ର ସ୍ଥାୟୀ ଡାକ୍ତର ସମସ୍ୟା ଆଜିକା ନୁହଁ ଏ ହେଉଛି ଦୀର୍ଘ 25 ବର୍ଷ ରୁ ଉର୍ଦ୍ଧ ସମୟ ଧରି

ଗୁଣୁପୁର ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନିକ ଅଧିକାରୀ ଙ୍କ ବିଫଳତା ଯୋଗୁଁ ଏଠାରେ ଗୁଣୁପୁର ସଦର ହସ୍ପିଟାଲ ସବ ଡିଭିଜନ ର ମାନ୍ୟତା ପାଇବା ପରେ ମଧ୍ୟ ଏଥିପ୍ରତି କୌଣସି ଗୁରୁତ୍ୱ ନ ଦେବା ଯୋଗୁଁ ଏଠାରେ 19 ଡାକ୍ତର ଙ୍କ ବଦଳରେ ଆଜି ଚାରି ଜଣ ଡାକ୍ତର ଅଛନ୍ତି

ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି |

ପୂର୍ବରୁ ବହୁବାର ଗୁଣୁପୁର ଉପଖଣ୍ଡ ର ବୁଦ୍ଧିଜୀବୀ ଙ୍କ ଠାରୁ ଆରମ୍ବ କରି ସାଧାରଣ ଜନତା ଆନ୍ଦୋଳନ କରି ମଧ୍ୟ କୌଣସି ସୁଫଳ ପାଇନଥିଲେ

ତେଣୁ ଆଜି ଏହି ସମସ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ଗୁଣୁପୁର ଉପଖଣ୍ଡ ବିକାଶ ପରିଷଦ ତରଫରୁ ଆବାହକ ସତ୍ୟ ସୁନ୍ଦର କର ଙ୍କ ନେତୃତ୍ୱ ରେ ସ୍ଥାନୀୟ କନ୍ୟାକପରମେଶ୍ୱରୀ ମନ୍ଦିର ରେ ଏକ ସର୍ବ ଦଳୀୟ ତଥା ଗୁଣୁପୁର ର ସମସ୍ତ ବୁଦ୍ଧିଜୀବୀ ସାମ୍ବାଦିକ ନିର୍ବାଚିତ ପ୍ରତିନିଧି ଏବଂ ଯୁବ ବର୍ଗ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |

ବୈଠକ ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ଵାସ୍ତ୍ୟ ସଚିବ ଶାଳିନୀପଣ୍ଡିତ ଏବଂ 5 T ସଚିବ ଭି କେ ପାଣ୍ଡିଆନ ଙ୍କୁ ଗୁଣୁପୁର ସଦର ହସ୍ପିଟାଲ କୁ 5T ଯୋଜନା ରେ ସାମିଲ ଏବଂ ଭିତିଭୂମି ପାଇଁ ପ୍ରାୟ କୋଡିଏ କୋଟି ର ଆର୍ଥିକ ସହାୟତା ରାଶି ଦେଇ ଥିବାରୁ ଧନ୍ୟବାଦ ଦିଆଯାଇଥିଲା |

ଏହି ବୈଠକ ରେ ସ୍ଥାୟୀ ଡାକ୍ତର ତୁରନ୍ତ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇ ଥିଲା ଏବଂ ଏହି କମିଟି ଖୁବ ଶୀଘ୍ର ଏ ବାବଦରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ 5 T ସଚିବ ଭି କେ ପାଣ୍ଡିଆନ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସ ଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |

ଏହି କମିଟି ରେ ବରିଷ୍ଠ ଓକିଲ ଉମା ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ,ରାଜୁ ସାହୁ, ପ୍ରମୋଦ ସାହୁ,ୱାଇ ଗଣପତି, ଜୟଦେବ ପଣ୍ଡା,ସୁରେନ୍ଦ୍ର ମହାନ୍ତି, ବାସା ଶତପଥୀ,ରାମ ପଣ୍ଡା,ବିଜୟ ଗମାଙ୍ଗ, ଅନିଲ ସାହୁକାର, ଏସ ବାବା ପ୍ରସାଦ,

ରମେଶ ଲିମା, ଶିବ ପ୍ରସାଦ ଗୌଡ଼,ଲଷ୍ମୀ ନାରାୟଣ ମହାଙ୍କୁଡ,ଚିନ୍ମୟ ପାଣିଗ୍ରାହୀ,ଗଜେନ୍ଦ୍ର ପାଳ,ଜିତେନ୍ଦ୍ର ଶତପଥୀ,ଆମର ସାହୁ,ରବୀନ୍ଦ୍ର ମୋହିନୀ ପ୍ରମୁଖ ରହିଛନ୍ତି |

ଖୁବ ଶୀଘ୍ର ଏହି କମିଟି ସ୍ଥାନୀୟ ଲୋକଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ଜଣାପଡିଛି |

 

ଏହି କମିଟି ର ଏକ ଜରୁରୀ ବୈଠକ ସାହାରା ପରିବାର ପରାମର୍ଶ କେନ୍ଦ୍ର ରେ ହେବ ବୋଲି ବରିଷ୍ଠ ଓକିଲ ତଥା ଗୁଣୁପୁର ଉପଖଣ୍ଡ ବିକାଶ ପରିଷଦ ର ସଦସ୍ୟ ଉମା ପଟନାୟକ ସୂଚନା ଦେଇଛନ୍ତି |

ଯଦି ରାଜ୍ୟ ସରକାର ଦାବି ପ୍ରତି ଗୁରୁତ୍ୱ ନ ଦିଅନ୍ତି ଆଗମି ଦିନ ଯେଉଁ ଆନ୍ଦୋଳନ ହେବ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହକ ସତ୍ୟ ସୁନ୍ଦର କର ଜଣାଇଛନ୍ତି |

You may have missed