September 21, 2024

  ଇ-କେୱାଇସି ପ୍ରକ୍ରିୟାରେ ରାସନ କାର୍ଡ ଧାରୀଙ୍କ ପଞ୍ଜିକରଣକୁ ବାତିଲ ପାଇଁ ଜନ ଜାଗରଣ ମଞ୍ଚର ଦାବୀ …. 

Share

ରାୟଗଡା, ଇ-କେୱାଇସି ପ୍ରକ୍ରିୟାରେ ରାସନ କାର୍ଡ ଧାରୀଙ୍କ ପଞ୍ଜିକରଣ କୁ ବାତିଲ ପାଇଁ ଜଣ ଜାଗରଣ ମଞ୍ଚ ରାୟଗଡା ଶାଖା ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାରଙ୍କୁ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଜଣାଶୁଣାଣି ଅଭିଯୋଗରେ ମଞ୍ଚର କାର୍ଯ୍ୟକର୍ତ୍ତା ସୁଧୀର ଗମାଙ୍ଗ, କୁଶ ପ୍ରଧାନୀ,ବିଜୟ ଲକ୍ଷ୍ମୀ ଶବର, ଦିବାକର ଶବର ଦାବୀ ପତ୍ର ପ୍ରଦାନ କରିଛନ୍ତି ଓ ସେମାନେ କହିଛନ୍ତି ଯେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ରାସନ କାର୍ଡ ଥିବା ଓ ଜାତୀୟ ଓ ରାଜ୍ୟ ସୁରକ୍ଷା ଆଇନ ଅଧୀନରେ ଖାଦ୍ୟଶସ୍ୟ ପାଉଥିବା ସମସ୍ତ ଲୋକଙ୍କ ଇ-କେୱାଇସି ଆସନ୍ତା ୨୫-୦୯-୨୦୨୪ ସୁଦ୍ଧା ଯାଞ୍ଚ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସମସ୍ତ ରାସନ କାର୍ଡ ଧାରିଙ୍କୁ ଚିନ୍ତାରେ ପକାଇଛି l ପୁରା ପରିବାର ର ଇ-କେୱାଇସି ନ ହୋଇ ପାରିଲେ ରାସନ କାର୍ଡ ବାତିଲ ହୋଇଯିବା ସହିତ ରାସନ ପାଇବା ରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି l ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଇ-କେୱାଇସି ପ୍ରକ୍ରିୟାରେ ରାସନ କାର୍ଡ ଧାରୀଙ୍କ ପଞ୍ଜିକରଣ କୁ ସମ୍ପୂର୍ଣ ବାତିଲ କରାଯାଉ l ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ରୁ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କରାଯାଉ l ସୁପ୍ରିମକୋର୍ଟ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରାଯାଇ ଇ-ଶ୍ରମ କାର୍ଡ ଥିବା ବ୍ୟକ୍ତିଙ୍କୁ ରାସନ କାର୍ଡ ତୁରନ୍ତ ପ୍ରଦାନ ପାଇଁ ଜନ ଜାଗରଣ ମଞ୍ଚ ରାୟଗଡା ଦାବିପତ୍ର ରେ ଉଲ୍ଲେଖ କରିଛି l (ଅମୂଲ୍ୟ କୁମାର ନିଶଙ୍କ)