ଗୁମ୍ମା ସରପଞ୍ଚ ପଦବୀ ଫେରି ପାଇବା ପରେ ବିରାଟ ଶୋଭାଯାତ୍ରା..

IMG-20240902-WA0020
Share

କାଶୀନଗର, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରପଞ୍ଚ ଏଡ଼େଙ୍ଗା ଶବର, କୋର୍ଟ ରେ ବିଜୟୀ ହୋଇ ପୁଣି ସରପଞ୍ଚ ପଦ ଫେରି ପାଇବା ପରେ ଏକ ବିରାଟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା. ସରପଞ୍ଚଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇ ଥିଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ବରିଷ୍ଠ ବିଜେଡ଼ି ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧକ୍ଷ ସୁନେମି ମଣ୍ଡଳ ସହ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ସୀତାପୁର ସରପଞ୍ଚ ତେଜେଶ୍ଵର ରାଓଙ୍କ ସହ ବହୁ ବିଜେଡ଼ି ନେତା କର୍ମୀ ଉପସ୍ଥିତି ଥିଲେ.

 

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ