September 21, 2024

ଉମରକୋଟ ଠାରେ ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ….

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସରକାରୀ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ଯୋଜନା ରେ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗ ରେ ୨୬୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ଙ୍କ ସଭାପତିତ୍ବ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ, ବରେଣ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା, ମନ୍ତ୍ରୀ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ନମିତା ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଶୋତ୍ତମ୍ ମାଝୀ, ଶ୍ରୀମତୀ ସୁଶୀଳା ଜୋରଦାର , ଶ୍ରୀ ଦେବେନ୍ଦ୍ର ବାଘ୍ ପ୍ରମୁଖ ମଞ୍ଚ୍ଛାସିନ ଥିଲେ। ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଚିନ୍ତାଧାରା ଓ ପ୍ରଶ୍ନ ପଚାରିବା କୌଶଳ ରହିବା ଆବଶ୍ୟକ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରେ ମତ ରଖିଥିଲେ। ଏହି ଅବସର ରେ କୃତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଧନ୍ୟ ବାଦ ଅର୍ପଣ କରିଥିଲେ। ବ୍ଲକ୍ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଉପ କନିଷ୍ଠ ବର୍ଗ ରେ ଆଦିତୀ ମଣ୍ଡଳ ସିଲାଟି ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ , ଭାଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ନୀଳ ମାଧବ ପ୍ରଧାନ ଦ୍ୱିତୀୟ ଓ ବେନୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୀୟୂଷ ମଣ୍ଡଳ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କନିଷ୍ଠ ବର୍ଗ ରେ କର୍ତ୍ତବ୍ୟ ମୁଦୁଲି, ଚନ୍ଦନ ପାଙ୍ଗି, ସୁପ୍ରଜିଟ ରାୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ବରିଷ୍ଠ ବର୍ଗ ରେ ସ୍ବଦେଶ ଗୌରବ ପ୍ରଥମ, କେଶରୀ ତୋଲ୍ଟିଆ ଦ୍ୱିତୀୟ ଓ ଚିନଟୁ ସର୍ଦାର ତୃତୀୟ ସ୍ଥାନ ହାସଲ କରିଥିଲେ।