March 12, 2026

ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ଛଟେଇ ବନ୍ଦ କରି ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ବର୍ଦ୍ଧିତ ଦରମା ଓ ଅନ୍ୟନ୍ୟ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ଦାବୀ ..

IMG-20240901-WA0052
Share

*ଜିଲ୍ଲାର ବିଭିନ୍ନ ପିଏଚସି ଓ ସିଏଚସିରେ ଆଉଟସୋର୍ସିଂ ଏଜେନ୍ସି ଜରିଆରେ ନିଯୁକ୍ତ ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ସାମୁହିକ ଛଟେଇକୁ ବିରୋଧ ।*

ବ୍ରହ୍ମପୁର-(01/08/2024) ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଆନ୍ଦୋଳନ ଫଳରେ ପୂର୍ବ ସରକାର ସମୟରେ ଘୋଷିତ ହୋଇଥିବା ବର୍ଦ୍ଧିତ ଦରମା, ବାର୍ଷିକ ଛୁଟି, ମାତୃତ୍ୱ କାଳୀନ ଛୁଟି ଭଳି ନିଷ୍ପତ୍ତି ଗୁଡିକୁ ବର୍ତ୍ତମାନ ସରକାର ଲାଗୁ କରିବା ବଦଳରେ ଗତ ଦୁଇମାସ ଭିତରେ ବିଭିନ୍ନ ବିଭାଗର ଶତାଧିକ କର୍ମଚାରୀଙ୍କୁ ଯେଉଁଭଳି ଛଟେଇ କରିବାରେ ଲାଗିଛନ୍ତି ତାହାକୁ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘର ଗଂଜାମ ଜିଲ୍ଲା କମିଟି ତରଫରୁ ବିରୋଧ କରାଯାଇଛି I ସ୍ଥାନୀୟ ଅଭିରାମ ମିଳନ ମନ୍ଦିର ପରିସରେ ମହାସଂଘର ଗଂଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସରକାରଙ୍କ ଦ୍ୱାରା ପୂର୍ବ ରୁ ଲାଗୁ ହୋଇଥିବା ସମସ୍ତ ପ୍ରସ୍ତାବକୁ ତୁରନ୍ତ ଲାଗୁ କରିବା ସହ ବିନା କାରଣରେ ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଡେଲି ୱେଜେସ (ଦୈନିକ ମଜୁରୀ)ରେ ନିୟୋଜିତ କର୍ମଚାରୀଙ୍କୁ ଅନ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ସହ ସମାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି । ପୂର୍ବ ସରକାର ସମୟରେ ଘୋଷିତ ଦରମା ବୃଦ୍ଧି, ବାର୍ଷିକ ଛୁଟି, ଅଭିଜ୍ଞତା ଭିତ୍ତିରେ ବର୍ଦ୍ଧିତ ଦରମା, ମାତୃତ୍ୱକାଳୀନ ଛୁଟି ଆଦି ସେମାନଙ୍କୁ ଦେବାକୁ ସରକାରଙ୍କ ପାଖରେ ଦାବୀ କରାଯାଇଛି I

ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀଙ୍କ ପ୍ରତି ରେଗୁଲାର ନର୍ସିଙ୍ଗ କର୍ମଚାରୀ ସଙ୍ଘର ରାଜ୍ୟ ସମ୍ପାଦକଙ୍କ ଦ୍ୱାରା ଦିଆଯାଇଥିବା ଅପମାନଜନକ ମନ୍ତବ୍ୟକୁ ବୈଠକରେ ଦୃଢ଼ ନିନ୍ଦା ସହ ଛଟେଇ ବ୍ୟବସ୍ଥା ରୋକିବାକୁ ଆଗାମୀ ଦିନରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ତଥା ରାଜ୍ୟସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି I ଆଗାମୀ ଦିନରେ ମହାସଂଘ ତରଫରୁ ଜିଲ୍ଲାରେ ଦକ୍ଷିଣାଞ୍ଚଳ ଜିଲ୍ଲାର କର୍ମଚାରୀମାନଂକୁ ନେଇ ଏକ ସମାବେଶ କରି ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା ସହ ଦାବୀ ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ବିଭାଗକୁ ଅଚଳ କରିବାକୁ ମହସଙ୍ଘ ତରଫରୁ ଡାକରା ଦିଆଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମହସଙ୍ଘର ଜିଲ୍ଲା ସଭାପତି ବିଜୟ ମଲ୍ଲିକ, ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସୁନୀଲ ଦାସ, ପ୍ରଶାନ୍ତ ପରିଛା, ଏନ. ନିରଞ୍ଜନ ଦାସ, ପି. ରମେଶ ରାଓ, ହିମାଂଶୁ ପଟ୍ଟନାୟକ, ବିନାୟକ ପତି, ରିଙ୍କି ବିଷୋୟୀ, ସନ୍ତୋଷ ନାୟକ, ମିହିର ବିଶ୍ୱାଳ, ମୁରଲୀ ରାଜୁ, ଅଭିରାମ ବେହେରା ଓ ସମସ୍ତ ବିଭାଗର ଆଉଟସୋର୍ସିଙ୍ଗ କର୍ମଚାରୀ, ପୌର କର୍ମଚାରୀ, ସୁଇପର କର୍ମଚାରୀ, ସୁରକ୍ଷା ବା ସିକ୍ୟୁରିଟି କର୍ମଚାରୀ, ମେଡିକାଲ କର୍ମଚାରୀ ଓ ବିଭିନ୍ନ ବର୍ଗର କର୍ମଚାରୀ ଉପସ୍ଥିତ ଥିଲେ