ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ 

IMG-20240830-WA0048
Share

ବୁଗୁଡ଼ା :-ତା ୩୦/୦୮/୨୪ : ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବାର୍ଷିକ ଅଧିବେଶନ ସ୍ଥାନୀୟ ବିଶ୍ବକର୍ମା ଭବନଠାରେ ନାଗରିକ ମଞ୍ଚର ସଭାପତି ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ମୁଖ୍ଯ ଅତିଥି ଭାବେ ଉତ୍କଳ କଳା ପରିଷଦ ସଭାପତି ଜି.ରାଜେଶ୍ବର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ବନାଥ ରଣା,ଦ୍ବିତୀକୃଷ୍ଣ ବିଶ୍ବାଳ, ମାଧବ ଚନ୍ଦ୍ର ଭୋଳ, ମଙ୍ଗଳୁ ପାତ୍ର, ପ୍ରକାଶ ଚନ୍ଦ୍ର ରଥ, ବଂଶିଧର ବିଷୋୟୀ, ପି.କ୍ରିଷ୍ଣା ରାଓ ଦୋରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏ ଅବସରରେ ନବାଗତ ବରିଷ୍ଠ ନାଗରିକମାନଙ୍କୁ ମଞ୍ଚରେ ସଦସ୍ୟତା ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । ଏଥି ସହ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ ପ୍ରକାଶ ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପରିଶେଷରେ ଦ୍ବିତୀକୃଷ୍ଣ ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ ।

You may have missed