April 29, 2026

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦେହାନ୍ତ ..

IMG-20240830-WA0047
Share

ବୁଗୁଡା:ସ୍ଥାନୀୟ ବୀରଧନଞ୍ଜୟପୁର ଶାସନ ନିବାସୀ ଅବସରପ୍ରାପ୍ତ ସେନା କର୍ମଚାରୀ ଖଲି ହୋତା (୮୨)ଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଆଜି ସକାଳେ ସ୍ବବାସଭବନରେ ହିଁ ତାଙ୍କର ପରଲୋକ ଘଟିଥିଲା । ଏ ଦୁଃଖଦ ଖବର ପ୍ରଚାରିତ ହେବାପରେ ଗ୍ରାମବାସୀ ଏବଂ ବହୁ ବିଶିଷ୍ଟ ବ୍ଯକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେ ସେନା ବାହିନୀରୁ ଅବସର ଗ୍ରହଣ କଲାପରେ ପୁଣି କୃଷି ବିଭାଗରେ ମୁଖ୍ୟ କିରାଣି ଭାବେ ଚାକିରି କରି ଅବସର ନେଇଥିଲେ । ସେ ଜଣେ ମେଳାପି ବ୍ଯକ୍ତି ଥିଲେ ଏବଂ ରାଧାପ୍ରେମଲୀଳାର ବିଶିଷ୍ଟ ଗାୟକ ଓ ପ୍ରଚାରକ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ।