August 25, 2026

ଜିଲ୍ଲାସ୍ତରୀୟ ୨୧ ତମ ପ୍ରାଣୀ ଗଣନା ସମ୍ପର୍କୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

IMG-20240829-WA0034
Share

 

ରାୟଗଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୨୧ ତମ ପ୍ରାଣୀ ଗଣନା ସମ୍ପର୍କୀୟ ୨ ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ପ୍ରଶିକ୍ଷଣ କକ୍ଷ ମଧ୍ୟରେ ଉଦଯାପିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ରୂପେ ପାରୁଲ ପତ୍ୱାରି,(ଭା.ପ୍ର.ସେ) ଜିଲ୍ଲାପାଳ ରାୟଗଡ଼ା ଯୋଗଦାନ କରିଥିଲେ ।ତା ୨୮/୮/୨୦୨୪ ରିଖ ଉଦ୍ଘାଟନୀ ସମାରୋହ ରେ ଯୋଗଦାନ କରି ରାୟଗଡ଼ା ଜିଲ୍ଲାରେ କିପରି ସଠିକ ଭାବରେ ୨୧ ତମ ପ୍ରାଣୀ ଗଣନା ହୋଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ମହାଶୟା ସମସ୍ତଙ୍କୁ ଉପଦେଶ ଦେଇଥିଲେ।ଡାକ୍ତର ଦେବରାଜ ନାୟକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ରାୟଗଡ଼ା ଏହି ପ୍ରଶିକ୍ଷଣ ଶିବିର ରେ ସଭାପତିତ୍ୱ କରି ସମସ୍ତଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ପ୍ରାଣୀ ଗଣନା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ପ୍ରାଣୀ ରୋଗ ପ୍ରୟୋଗସାଳା ଅଧିକାରୀ ଡାକ୍ତର ଅଭିଳାଷ ରାଉତରାୟ ଏଥିରେ ଯୋଗଦାନ କରି ମୋବାଇଲ୍ ଆପ ମାଧ୍ୟମରେ କିପରି ପ୍ରାଣୀ ଗଣନା ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ନୋଡାଲ ଅଫିସର,ଡାକ୍ତର ଅଶୋକ କୁମାର ବେହେରା ଓଡ଼ିଶାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତି ର ପ୍ରାଣୀ ମାନଙ୍କର କିପରି ଗଣନା କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ଡାକ୍ତର ସୁବ୍ରତ ପାଣିଗ୍ରାହୀ ,ଅତିରିକ୍ତ ପ୍ରାଣୀ ଚିକିତ୍ସକ ରାୟଗଡା ଗଣନା କରାଯାଇଥିବା ଡାଟା ଗୁଡ଼ିକ କିପରି ଜଣେ ଗଣନାକରୀଙ୍କ ପାଖରୁ ତାହା ତଦାରଖକାରି ଙ୍କ ନିକଟରେ ପହଞ୍ଚି ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବରେ ଉପନିର୍ଦେଶକ ରାୟଗଡ଼ା, ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣୁପୁର ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନରେଶ ଚନ୍ଦ୍ର ଜେନା,ଡାକ୍ତର ବିପ୍ର ଚରଣ ବେହେରା ଓ ଡାକ୍ତର ପ୍ରବୀର କୁମାର ମହାପାତ୍ର ଯୋଗଦାନ କରିଥିଲେ।ଏଥିରେ ଜିଲ୍ଲା ର ସର୍ବମୋଟ ୮୩ ଜଣ ପ୍ରାଥମିକ ଗଣନାକାରି ଓ ୨୩ ଜଣ ତଦାରଖକାରୀ ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ଏହି ୨୧ ତମ ପ୍ରାଣୀ ଗଣନା ଆମ ଜିଲ୍ଲାରେ ୧/୯/୨୦୨୪ ତାରିଖରୁ ଆରମ୍ଭ ହୋଇ ୩୦/୧୧/୨୦୨୪ ତାରିଖ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଡାକ୍ତର କୃଷ୍ନାନନ୍ଦ ବେହେରା,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ,ରାମନାଗୁଡ଼ା ଉପସ୍ଥିତ ସମସ୍ତ ଅତିଥି ଓ ପ୍ରଶିକ୍ଷାର୍ଥଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

ରିପୋର୍ଟ ସଞ୍ଜିବ୍ କୁମାର ଦାଶ

You may have missed