ଆର.ଉଦୟଗିରି ଥାନା ଅଞ୍ଚଳରେ ଅବକାରୀ ଚଢାଉ ବିପୁଳ ପରିମାଣର ପୋଚ ଓ ମଦ ଜବତ ଆସାମୀ ଫେରାର …. 

IMG-20240829-WA0030
Share

     ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଆର.ଉଦୟଗିରି ଥାନା ଅଧୀନରେ ଥିବା ଅନୁଗୁରୁ ଓ କେରଡାଙ୍ଗର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଚାନକ

ଚଡାଉ କରି ୬୫୦୦ଲିଟର ମହୁଲ ପୋଚ ସହ ୫୦୦ ଲିଟର ଚୋରା ମହୁଲି ମଦ ଜବତ କରିବା ସଙ୍ଗେ ମଦ ରନ୍ଧା ସାମଗ୍ରୀ ଗୁଡ଼ିକ ନଷ୍ଟ କରିଥିବା ଦେଖିବାକୁ ମିଳିଛି ଏହା ସହ ଯେଉଁ ବ୍ୟକ୍ତି ଚୋରାରେ ମଦ ରାନ୍ଧିବା ନିମନ୍ତେ ସମସ୍ତ ସାମଗ୍ରୀ ରଖିଥିଲେ ସେ ଗୁଡ଼ିକୁ ଛାଡ଼ି ଫେରାର ହୋଇଯାଇଥିବା ଶୁଣିବାକୁ ମିଳୁଛି।ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ କମିଶନର ନରସିଂହ ଭୋଳ ଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ର ଜିଲ୍ଲାପାଳ ବିଜୟ କୁମାର ଦାସ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ସହ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିକିଟି ବ୍ଲକରେ ହୋଇଥିବା ମଦ ମୃତ୍ୟୁ ପରେ ଅଚାନକ ଚଡାଉ କରି ଆସାମୀ ମାନଙ୍କୁ ଗିରଫ କରୁଥିବା ସହ ଚୋରା ମଦ ସାମଗ୍ରୀ ମଧ୍ୟ ନଷ୍ଟ କରୁଥିବା ସଙ୍ଗେ ଚୋରା ମଦ ପ୍ରସ୍ତୁତି ଉପରେ ରୋକ ଲଗାଯାଉଥିବା ଦେଖିବାକୁ ମିଳୁଛି। ଏହିପରି ବିଭାଗ ବଣ ପାହାଡ ବୁଲି ଚୋରା ମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ନଷ୍ଟ କରୁଥିବା ଜଣାପଡିଛି। ଏହା ସହ ମୋହନା ଅବକାରୀ ଥାନାର ଉପ ନିରୀକ୍ଷକ ସନ୍ତୋଷ କୁମାର ଦାସ ଙ୍କ ସମେତ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ କର୍ମଚାରୀ ମାନଙ୍କ ଦ୍ଵାରା ମିଳିତ ଚଡାଉ ବର୍ତ୍ତମାନ ଜୋରଦାର ହେଉ ଥିଲେ ମଧ୍ୟ ଚୋରା ମଦ ବ୍ୟବସାୟୀ ବିନା ଭୟ ରେ ମଦ ବିକ୍ରି କରୁଥିବା କେତକ ଅଞ୍ଚଳରେ ଦେଖିବାକୁ ମିଳୁଛି ତେଣୁ ଜିଲ୍ଲା ପ୍ରଶାସନ ଏହି ପରି ଦୈନିକ ଚୋରାରେ ହେଉଥିବା ମଦ ପ୍ରସ୍ତୁତି ସ୍ଥାନ ଗୁଡିକରେ ଅଚାନକ ଚଡାଉ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।

You may have missed