March 10, 2026

ବିଜେଡି ଜିଲ୍ଲା ସଭାପତିଙ୍କ ଗୁମ୍ମା ବ୍ଲକ ଗସ୍ତ, ଦଳିୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା

WhatsApp Image 2023-03-11 at 20.15.21
Share

 

ଆଜି ଗଜପତି ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଗୁମ୍ମା ବ୍ଲକ୍ ର ଚେୟାରମ୍ୟାନ ତଥା ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ତଥା ବ୍ଲକ୍ ର ସମସ୍ତ ବିଜୁପରିବାର ର ବିଜୁପ୍ରେମୀ ମାନେ ଏକ ସୌଜନ୍ୟମୁଳକ ସାକ୍ଷାତ କରିବା ସହ ଏକ ମୌଖିକ ଆଲୋଚନା କରିଥିଲେ ।ଉକ୍ତ ସ୍ଥାନରେ ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ବିଶିଷ୍ଟ ଶିଳ୍ପପତି ତଥା ହାଇଟେକ୍ ମେଡ଼ିକାଲ ର ପ୍ରତିଷ୍ଠାତା ଡ଼.ତିରୁପତି ପାଣିଗ୍ରାହୀ ଉପସ୍ଥିତ ଥିଲେ ।ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ଯେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଜନହିତ କଲ୍ୟାଣ ଯୋଜନା ଗୁଡ଼ିକ ସଫଳ ଭାବେ ରୁପାୟନ ହୋଇ ପାରୁଛି ନା ନାହିଁ ତା ଉପରେ ସମସ୍ତ ଙ୍କ ସହ ଆଲୋଚନା କରିଥିଲେ ।ଯଦିଓ କୌଣସି ସ୍ଥାନରେ ଭୁଲ୍ ଅଛି ସେ ଉପରେ ଦ୍ରୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ନିମନ୍ତେ ଚେଷ୍ଟା କରିବା ସହ ଆଗାମୀ ଦିନରେ ତ୍ରୃଣମୁଳ ସ୍ତରରେ ଦଳକୁ ସୁଦ୍ରୁଢ଼ କରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।