June 20, 2026

ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବୋର୍ଦ୍ଧନା ଉର୍ତ୍ସବ ଅନୁଷ୍ଠିତ ..

IMG-20240822-WA0057
Share

 

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସ, ସମ୍ମାନିତ ଅତିଥିଭାବେ ୟୁନିଅନ ଆଡ଼ଭାଇଜର ପ୍ରଫେସର ଡାକ୍ତର ରଞ୍ଜନ କୁମାର କାଷ୍ଟା, ଡାକ୍ତର ସୁବ୍ରତ କୁମାର ଜୟସିଂହ, ପ୍ରଫେସର ପ୍ରଜ୍ଞା ପାରମିତା ମଲ୍ଲିକ, ଡାକ୍ତର ସୋନାଲିକା ଜେନା, ଡାକ୍ତର ସଂଗୀତା ପୃଷ୍ଟି, ଡାକ୍ତର ଜିତେନ୍ଦ୍ର କୁମାର ସାମଲଙ୍କ ସହିତ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦାୟ ନେଉଥିବା ଛାତ୍ରଛାତ୍ରୀମାନେ ନିଜର ଅଭିଜ୍ଞତା ସେୟାର କରିବା ସହିତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ l ଏଥିସହିତ ଜୁନିଅର ଛାତ୍ରଛାତ୍ରୀ ମାନଙ୍କ ସହିତ କିଭଳି ସାଙ୍ଗଭଳି ଚଳୁଥିଲେ ସେମାନଙ୍କୁ ଛାଡ଼ିକରି ଯିବାର ଦୁଃଖ ସମ୍ଭାଳି ନପାରି କାନ୍ଦି ପକାଇବାର ଦୃଶ୍ୟ ନିଆରା ଥିଲା l ପରେପରେ ନୃତ୍ୟ ସଂଗୀତର ଆସର ଜମିଥିଲା l ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂଗଠନ ୨୦୨୨-୨୩ର ସଭାପତି ଦୟାନିଧି ମହାନ୍ତି, ସାଧାରଣ ସମ୍ପାଦକ ଡାକ୍ତର ନୀତେଶ କୁମାର ଙ୍କ ସମସ୍ତ ଛାତ୍ରଛାତ୍ରୀ ମିଶି ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ.

You may have missed