April 19, 2025

ଭେଁଉରିଆ ପଞ୍ଚାୟତ ବୁଧାପାଲି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ll

Share

 

 

ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ରାଜ ବୋରାସମ୍ବର ବ୍ଲକ ଅନ୍ତର୍ଗତ ଭେଁଉରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ “ମାଁ ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଜରିଆରେ ବୃକ୍ଷ ରୋପଣ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀ ଚୈତନ୍ୟ ଲୋହାର ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ ହୋଇଥିଲା ଏବଂ ପିଇଓ ଶ୍ରୀ କୁନୁ ସେଠ, ଜି.ଆର.ଏସ ଝୁମି ଭୁଏ, ଯୋଗାଣ ସହାୟକ ସଂଜୀବ ମାଝି ସହଯୋଗ କରି ଗଛ ଲଗେଇଥିଲେ l ମୁଖ୍ୟ ଅତିଥି ଭାବରେ ରାଜ ବୋରାସମ୍ବର ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ଚନ୍ଦ୍ରମଣି ନାଗ ଙ୍କ ସହିତ GPDO ଶ୍ରୀ ପ୍ରସନ୍ନ କୁମାର ନାଗ, ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ତପନ ତାଣ୍ଡି, ପଈଓ ଶ୍ରୀ ମଧୁ ସୁଦନ ପଧାନ, ଏମ.ବି କେ,ସମସ୍ତ ସି,ଆର.ପି, GPLF ମେମ୍ବର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ବୁଧାପାଲି ର ଗ୍ରାମବାସୀ ଉପସ୍ଥିତ ରହି 200 ଚାରା ଗଛ ବୁଧlପାଲି ଗାଁ ରୁ ଶିବମନ୍ଦିର ରାସ୍ତା ପର୍ଯନ୍ତ ଲଗାଇଥିଲା l ସମସ୍ତେ ଗଛ ଲଗାଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

 

ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)

You may have missed